ସ୍ୱାମୀ ମୃତ୍ୟୁ ପରେ ବାପ ଘରୁ ଆଣିଥିବା ସମ୍ପତ୍ତିକୁ ପୋଲିସ ଉପସ୍ଥିତିରେ ଫେରାଇ ନେଲା ବୋହୁ

ଛତ୍ରପୁର (ଓ୍ବାଇଏନଏସ): ବାହାଘର ର ଦେଢ଼ ବର୍ଷ ପରେ ଚାଲିଗଲେ ସ୍ୱାମୀ l ନିଜ ବାପଘରୁ ଆଣିଥିବା ସମ୍ପତ୍ତିକୁ ନେଇ ବାପ ଘର ଚାଲିଗଲେ ବୋହୁ l ଘଟଣାଟି ଦେଖିବାକୁ ମିଳିଛି ରମ୍ଭା ଥାନା ଅଧୀନ ମିଞ୍ଚିଣି ପାଟଣା ମେନ ରୋଡ଼ ଠାରେ l ସୂଚନା ମୁତାବକ, ରମ୍ଭା ମିଞ୍ଚିଣିପାଟଣା ମେନ ରୋଡ଼ ନିବାସୀ ସ୍ବର୍ଗତ ପି. ମାଧବ ପାତ୍ର ଙ୍କ ପୁଅ ପି. ସନ୍ତୋଷ ପାତ୍ର ସଦାଶିବପୁର ଅଞ୍ଚଳର ବି. ମିଟୁ ପାତ୍ର ଙ୍କ କନ୍ୟା ଉଷା ପାତ୍ର ଙ୍କୁ ଗତ ୨୦୨୧ ମସିହା ଫେବୃଆରୀ ୯ ତାରିଖ ଦିନ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ l ବିବାହର ଦେଢ଼ ବର୍ଷ ପରେ ଅର୍ଥାତ ୨୦୨୧ ମସିହା ସେପ୍ଟେମ୍ବର ମାସ ୨୧ ତାରିଖରେ ସ୍ୱାମୀ ପି. ସନ୍ତୋଷ ପାତ୍ର ଟ୍ରେନ ଲାଇନରେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଥିଲେ l ଏନେଇ ବୋହୁ ଉଷା ପାତ୍ର ନିଜ ବାପ ଘରକୁ ଚାଲିଯିବା ପାଇଁ ନିଷ୍ପତ୍ତି ନେଇଥିଲେ l ଏହା ସହ ନିଜ ବାପ ଘରୁ ଆଣିଥିବା ସମ୍ପତ୍ତି ଫେରସ୍ତ ନେବା ପାଇଁ ବ୍ରହ୍ମପୁର ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ l ପରେ ଏନେଇ ବ୍ରହ୍ମପୁର ମହିଳା ଥାନାରେ ୪୬/୨୦୨୫ ରେ ଏକ ମାମଲା ରୁଜୁ ହୋଇଥିଲା l ଉକ୍ତ ମାମଲା ବିଚାର ହେବା ପରେ ଙ୍କ ମହିଳା ଥାନା ର  ନିର୍ଦେଶ ପ୍ରକାରେ ଶୁକ୍ରବାର ସ୍ବର୍ଗତ ସନ୍ତୋଷ ପାତ୍ରଙ୍କ ମା ପି. ଲାଚ୍ଛାମା,  ବୋହୁ ଉଷା ପାତ୍ର, ଉଭୟ ପରିବାର ବର୍ଗ, ଭଦ୍ର ବ୍ୟକ୍ତି, ମହିଳା ଥାନା ପୋଲିସଙ୍କ ଉପସ୍ଥିତିରେ ବୋହୁ ଉଷା ନିଜ ବାପଘରୁ ଆଣିଥିବା ସମ୍ପତ୍ତି ଫେରସ୍ତ ନେଇଥିଲେ l ଏନେଇ ସ୍ବର୍ଗତ ସନ୍ତୋଷ ପାତ୍ର ଙ୍କ ମା ପି. ଲାଛିମା ଓ ତାଙ୍କ ଓକିଲ ଚୈତନ୍ୟ ପ୍ରଧାନ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ