ଝିଅ ବାହାଘର ପାଇଁ ରଖିଥିଲେ ସୁନା-ରୂପା: କଳାକନା ବୁଲାଇଲେ ଲୁଟେରା
କଟକ, (ଓ୍ବାଇଏନଏସ) : ଆଉ ଦିନ କେଇଟା ପରେ ହୋଇଥାନ୍ତା ଝିଅ ବାହାଘର । ଏଥିପାଇଁ ସମସ୍ତ ସୁନା, ରୂପା ଅଳଙ୍କାର କିଣା ସରିଥିଲା । ହେଲେ ଦୁର୍ବୃତ୍ତମାନେ ଝିଅ ବାହାଘର ପୂର୍ବରୁ ଘରେ କଳାକନା ବୁଲାଇ ଦେଇଛନ୍ତି । ପୁରା ପରିବାରକୁ ସର୍ବଶାନ୍ତ କରିଦେଇଛନ୍ତି । କଟକ ଜିଲ୍ଲା ଜଗତପୁର ଥାନା ବୈକୁଣ୍ଠ ବିହାର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ, ବୈକୁଣ୍ଠ ବିହାର ଅଞ୍ଚଳର ବ୍ରଜମୋହନ ଶର୍ମା ତାଙ୍କ ଝିଅ ବାହାର ପାଇଁ ସମସ୍ତ ସୁନାର, ରୂପା ଅଳଙ୍କାର କିଣିଥିଲେ । ଶୁକ୍ରବାର ରାତିରେ ଲଗାଣ ବର୍ଷାର ସୁଯୋଗ ଦେଖି ଝରକା ତାଡ଼ି ପାଖାପାଖି ୨୫ ଲକ୍ଷ ଟଙ୍କାର ଅଳଙ୍କାର ସହ ନଗଦ ୮୫ ହଜାର ଟଙ୍କା ଲୁଟି ନେଇଛି ଦୁର୍ବୃତ୍ତ । ତେବେ ଚୋରି ପରେ ପରିବାର ଲୋକ ଏକପ୍ରକାର ଭାଙ୍ଗି ପଡିଛନ୍ତି । ଏସଂକ୍ରାନ୍ତରେ ବ୍ରଜମୋହନ ଜଗତପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଜଗତପୁର ଥାନା ଅଧିକାରୀ ଅନିରୁଦ୍ଧ ନାୟକଙ୍କ ତତ୍ୱାବଧାନରେ ଡଗ୍ ସ୍କ୍ୱାର୍ଡ ଦ୍ୱାରା ତଦନ୍ତ କରାଯାଇଛି। ଏପିରିକି ଆଖାପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ । ତେବେ ଚୋରି ସାମଗ୍ରୀ ଗୁଡ଼ିକ ମଧ୍ୟରେ ରହିଛି ଦୁଇଟି ସୁନା ହାର, ଦୁଇଟି ସୁନା ଚେନ୍, ଦୁଇଟି ମଙ୍ଗଳସୁତ୍ର, ଆଠଟି ସୁନା ମୁଦି, ୩ ହଳ କାନଫୁଲ, ୫ ଭରି ରୂପା ଅଳଙ୍କାର ।