ହରିପୁର ବେଳାଭୂମିରେ ପଡ଼ିରହିଛି ଅଲିଭ୍ ରିଡଲେ କଇଁଛଙ୍କ ମୃତଦେହ

ଛତ୍ରପୁର, (ଓ୍ବାଇଏନଏସ):  ଗଞ୍ଜାମ ଜିଲ୍ଲା ହରିପୁର ସମୁଦ୍ର ବେଳାଭୂମିରେ ବହୁ ସଂଖ୍ୟକ ମୃତ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛ ପଡ଼ିଥିବା ଦେଖିବାକୁ ମିଳିଛି । ଆଜି ଭୋରରୁ ଏଭଳି ଅଲିଭ ରିଡ଼ଲେ କଇଁଛ ମାନେ ମୃତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା l  ଏହା ସହିତ କୁକୁର ମାନେ ଟାଣି ଖାଉଥିବା ଦେଖିବାକୁ ମଧ୍ୟ ମିଳିଛି।   ବର୍ତ୍ତମାନ ଅଲିଭ ରିଡ଼ଲେ କଇଁଛଙ୍କ ଗଣଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କଇଁଛଙ୍କ ଏଭଳି ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ l ଅଲିଭ ରିଡ଼ଲେ କଇଁଛଙ୍କ କିଭଳି ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ । ପ୍ରତିବର୍ଷ ଅଣ୍ଡାଦାନ ପାଇଁ ହଜାର ହଜାର କିଲୋମିଟର ଦୂରରୁ ଆସୁଥିବା ଏହି ବିରଳ ସାମୁଦ୍ରିକ କଇଁଛଙ୍କ ମୃତ୍ୟୁ ପରିବେଶ ପ୍ରେମୀଙ୍କୁ ଚକିତ କରିଛି। ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ |  ସମୁଦ୍ର ମଧ୍ୟରେ ବେଆଇନ ଭାବେ ଚାଲୁଥିବା ମାଛଧରା ଟ୍ରଲର ଯୋଗୁଁ ଅଧିକାଂଶ କଇଁଛଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି। ଟ୍ରଲର ଜାଲରେ ଛନ୍ଦି ହୋଇ ବା ଗୁରୁତର ଆହତ ହୋଇ ସେମାନେ ପ୍ରାଣ ହରାଉଛନ୍ତି। ବନ ବିଭାଗ ଏବଂ ସାମୁଦ୍ରିକ ମତ୍ସ୍ୟ ବିଭାଗର  ପକ୍ଷରୁ କରାଯାଉଥିବା ପାଟ୍ରୋଲିଂ  କୁ ନେଇ ଉଠିଛି ପ୍ରଶ୍ନ | କଇଁଛଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ “ନୋ ଫିସିଂ ଜୋନ୍”  ଘୋଷଣା କରାଯାଇଥିଲେ ମଧ୍ୟ ଏହାର କଡ଼ାକଡ଼ି ଅନୁପାଳନ ହେଉଛି କି ନାହିଁ, ତାହା ଉପରେ ଉଠିଛି ପ୍ରଶ୍ନ । ପ୍ରତିବର୍ଷ ନଭେମ୍ବର ୧ ରୁ ମେ ୩୧ ତାରିଖ ପ୍ରଯ୍ୟନ୍ତ ଆର୍ଯ୍ୟପଲ୍ଲୀ ଠାରୁ ପ୍ରୟାଗି ପ୍ରଯ୍ୟନ୍ତ ନୋ ଫିସିଙ୍ଗ ଜୋନ ରହିଛି |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ