ଦେବୀ ନାସିରେ ଭାସୁଛି ମୃତ ଅଲିଭ ରିଡେଲ କଇଁଛ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-୨୫/୧୧:–ବିରଳ ଅଲିଭି ରିଡଲେ କଇଁଛଙ୍କ ସୁରକ୍ଷା ପାଈଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବ୍ୟାପକ ପ୍ରଚାର କରାଯାଉଥିଲେ ବି କାର୍ଯ୍ୟ କ୍ଷେତ୍ରରେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଓଲଟାଦେଖିବାକୁ ମିଳୁଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳରେ ମସ୍ଚ୍ୟବିଭାଗ ପାଖରେ ଆବଶ୍ୟକ ଟ୍ରଲର ନଥିବା ବେଳେ  ଚଳିତ ବର୍ଷ ବନବିଭାଗ ତରଫରୁ ପାଟ୍ରୋଲିଂ କାରଯାଉ ନଥିବା ଜଣା ଯାଇଛି। ଏଭଳି ସ୍ଥିତିରେ ପାଟ୍ରୋଲିଂ କୋହଳ ଓ ମନମାନୀ ହେତୁ ଶହ ଶହ ଟ୍ରଲର ଦେବୀ ନଦୀରେ ବେଆଇନି ଭାବେ ନିଷିଦ୍ଧାଞ୍ଚଳ ରେ ଯାତାୟାତ ଓ ମାଛମାରୁଥିବା ଦେଖା ଯାଇଛି।ଯାହାକି ମାଇଲି ମାଇଲି ବାଟ ଅତିକ୍ରମ କରି ଆସିଥିବା ଅଲିଭରିଡେଲ କଇଁଛ ମାନେ ମୃତ୍ୟୁ ମୁଖରେ ପଡୁଛନ୍ତି। ଯାହାକି ଅସ୍ତରଙ୍ଗ ନିକଟସ୍ଥ ଦେବୀ ନଦୀ ପାର୍ଶ୍ୱ ବର୍ତ୍ତୀ ନୂଆଗଡ ଜେଠି ନିକଟରେ ମୃତ କଇଁଛ ଭାସୁଥିବାର ଦେଖିବାକୁ ମିଳିଛି। କିନ୍ତୁ ବନ ବିଭାଗ କର୍ମଚାରୀ ମାନେ ଯାହା ଚର୍ଚ୍ଚା ହେଉଛି ମୃତ କଇଁଛ ତଥ୍ୟ ଗୋପନ ରଖିବା ପାଇଁ ଦେବୀ ନାସି ରେ କଇଁଛ ଙ୍କ ମୃତ ଦେହ ପୋତୁଥିବା ଯାହା ସାମାଜିକ ଗଣ ମାଧ୍ୟ୍ୟମରେ ଘୁରି ବୁଲୁଛି। ଅସ୍ତରଙ୍ଗ ବନ୍ୟ ପ୍ରାଣୀ ବନାଞ୍ଚଳ ରେ ଥିବା କର୍ମଚାରୀ ଙ୍କ ଅବହେଳା ଯୋଗୁଁ ଏନ୍ତୁଡ଼ି ଶାଳ ପାଲଟିଥିବା ଦେବୀ ନଦୀ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଆଗାମୀ ଭବିଷ୍ୟତ ରେ କଇଁଛ ପାଇଁ ସ୍ମଶାନ ପାଲଟିବା ଆଶଙ୍କା କରାଯାଉଛି।ଗୋଟିଏ ପଟେ ଅସ୍ତରଙ୍ଗ ବନବିଭାଗ ଅବହେଳା, ଆରପଟ ଦେଵୀ ମୁହାଁଣ ଠାରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ଅନେକାଂଶ ରେ ମୁକୁଳା। ଏହା ଶହ ଅଲିଭି ରିଡ଼ଲେ କଇଁଛଙ୍କ ଏନ୍ତୁଡ଼ିଶାଳ ମଧ୍ୟ ମୁକୁଳା ପଡିଛି। ୪୦ରୁ ୫୦ପ୍ରତିଶତ ଅଲିଭି ରିଡଲେ ଦେଵୀ ନଦୀ ଦ୍ୱୀପ ନିକଟରେ ସମାଗମ ହୋଇଥାନ୍ତି। ନଭେମ୍ବର ୧ରୁ ମେ ୩୧ ଯାଏଁ ଦୀର୍ଘ ୬ମାସ ରୁ ଉର୍ଦ୍ଧ ଧରି ଦେବୀ ମୁହାଁଣ ଠାରୁ କେଳୁଣୀ ପର୍ଯ୍ୟନ୍ତ ଟ୍ରଲର ଚଳାଚଳ ଓ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଏହି ସମୟରେ ଅତିଥି କଇଁଛଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସବୁ ସ୍ତରରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ବିଭାଗୀୟ ସ୍ତରରେ ତ୍ରୁଟି ଥିବାରୁ ଅତିଥି କଇଁଛଙ୍କୁ ଏକ ପ୍ରକାର ବିପଦ ମୁହଁକୁ ଛାଡିଦିଆଯାଇଛି।ଯାହାକୁ ନେଇ ପରିବେଶବିତି ସରୋଜ କୁମାର ଜେନା ଉଦୁବେଗ ପ୍ରକାଶ କରିବା ଶହ ବନ ବିଭାଗ ତରଫରୁ ପୂର୍ବ ବର୍ଷ ନଭେମ୍ବର ଆରମ୍ଭ ଟ୍ରଲର ଜବତ ହୋଇଥିବା ବେଳେ କିନ୍ତୁ ଚଳିତ ବର୍ଷ ନଭେମ୍ବର ଶେଷ ସପ୍ତାହ ହେଲାଣି ଏ ପର୍ଯ୍ୟନ୍ତ ବନ ବିଭାଗ ଖାମ ଖିଆଲ ନୀତି ଯୋଗୁଁ ଆଜି ମୃତ୍ୟୁ ମୁଖର ଅଲିଭ ରିଡେଲ। ଜ୍ୱଳନ୍ତ ଉଦାହରଣ ପୀରଜାହାନିଆ ସମୁଦ୍ରକୂଳ ଠାରୁ ଅଳ୍ପ କିଛି ଦୂରରେ ପ୍ରତ୍ୟେକ ଦିନ ମାଳ ମାଳ ଟ୍ରଲର ଫିସିଙ୍ଗି କରୁଛନ୍ତି। ନାଁ ଧରି ପାରୁଛି ବନବିଭାଗ ନାଁ ମସ୍ଚ୍ୟବିଭାଗ। କୂଳରୁ ୨୦କିଲୋମିଟର ଗଭୀର ସମୁଦ୍ର ଯାଏଁ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ରହିଛି। ଗୋଟିଏ ପଟେ କିଛି ବନବିଭାଗ କର୍ମଚାରୀ ଅବହେଳା ଆର ପଟ ସମ୍ପୂର୍ଣ ମୁକୁଳା ପଡୁଛି। ଗୋଟିଏ ପଟରୁ ଆରପଟକୁ ଯାଇ ବେଆଇନି ଟ୍ରଲର ଧରିବା ନିମନ୍ତେ ପ୍ରାୟ ୫ଘଣ୍ଟାରୁ ଅଧିକ ସମୟ ଲାଗିବ। ବନବିଭାଗ ପାଖରେ ସେମିତି କିଛି ବଡ଼ଧରଣର ହାଇସ୍ପିଡି ବୋଟ ମଧ୍ୟ ନାହିଁ। ପ୍ରଶାସନ ଏହା ପ୍ରତି ଦୃଷ୍ଟିଗୋଚର ଦେଇ ମସ୍ଚ୍ୟବିଭାଗ ଓ ବନବିଭାଗ କୁ ପର୍ଯ୍ୟାପ୍ତ ପରିମାଣର ପାଟ୍ରୋଲିଂ ବୋଟ ଦେବା ଶହ କର୍ମଚାରୀ ଯୋଗାଇବାକୁ ଦାବି ହୋଇଛି। ଏହା ସହ ଗଳାବାଟ ଦେଇ ଖସିଯାଉଥିବା ନିଷିଦ୍ଧାଞ୍ଚଳରେ ଫିସିଂ କରୁଥିବା ଟ୍ରଲର ମାଲିକ ଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିହାତି ହେବା ଆବଶ୍ୟକ ବୋଲି ଦାବୀ ହୋଇଛି। ନଚେତ ଅଲିଭି ରିଡ଼ଲେ କଇଁଛ ସୁରକ୍ଷା ପାଈଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସୁରକ୍ଷା ନାଁରେ ପ୍ରହସନ କୁ ପଦାରେ ପକାଇଦେଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ