ସମାଜସେବୀ ଜାଗର ସାହୁଙ୍କ ପୂଣ୍ୟତିଥି ପାଳନ
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଗ୍ରାମପଞ୍ଚାୟତର ପଟକୁରା ଗ୍ରାମର ସ୍ୱର୍ଗତ ଜାଗର ସାହୁଙ୍କ ଅଷ୍ଟମ ବାର୍ଷିକ ପୂଣ୍ୟତିଥି ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ତାଙ୍କ ବାସଭବନରେ ବାଲ୍ୟସାଥି ନିରଞ୍ଜନ ସ୍ୱାଇଁଙ୍କ ପୈାରହିତ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସ୍ୱର୍ଗତ ସାହୁଙ୍କ ସାଥି ପୂର୍ଣ୍ଣଚନ୍ଦ୍ର ମିଶ୍ର, ପଣ୍ଡିତ ବିଜୟ କୁମାର ମିଶ୍ର, ପ୍ରାଧ୍ୟାପକ ଡ. ମୂରଲୀଧର ରଥ, କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ଅବସରପ୍ରାପ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ, ସୁଦର୍ଶନ ମହାପାତ୍ର, ମଦନମୋହନ ବେହେରା, ବସନ୍ତ କୁମାର ଜେନା, ଅଶୋକ କୁମାର ମହାନ୍ତି, ସମାଜସେବୀ କୁଳମଣୀ ନାୟକ, ପୁତୁରା ପ୍ରଭାକର ସାହୁ, କାନନବିହାରୀ ସାହୁ, ମେଜର ଚକ୍ରଧର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏଥିସହିତ ସ୍ୱର୍ଗତ ସାହୁଙ୍କ ଉତ୍ତରପିଢୀ ଓ ପରିବାରପରିଜନଙ୍କୁ ପୂଜ୍ୟପୂଜାର ମହତ୍ୱ ଓ ପରିବାର ନିର୍ମାଣ ସମ୍ପର୍କିତ ହିତୋପଦେଶ ପ୍ରଦାନ କରିଥିଲେ। ସ୍ୱର୍ଗତ ସାହୁଙ୍କ ଜ୍ୟେଷ୍ଠପୁତ୍ର ପ୍ରମୋଦ କୁମାର ସାହୁ ଓ କନିଷ୍ଠପୁତ୍ର ଗଗନବିହାରୀ ସାହୁ, ନାତି ସୁଶାନ୍ତ କୁମାର ସାହୁଙ୍କ ସମେତ ସମସ୍ତ ପରିବାରବର୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନଗେନ୍ଦ୍ର ରାଉତ, ନିଗମଶେଖର ମହାନ୍ତି, ନାରାୟଣ ସ୍ୱାଇଁ, ବସନ୍ତ କୁମାର ଯେନା, ପ୍ରଫୁଲ୍ଲ କୁମାର ସାହୁ, ବିଜୟ କୁମାର ମର୍ଦ୍ଦରାଜ, ପଙ୍କଜ କୁମାର ମର୍ଦ୍ଦରାଜ, ନିମାଇଁ ଚନ୍ଦ୍ର ସାହୁ, ରାଜକିଶୋର ସାହୁ, ରାଜକିଶୋର ରାଉତ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧା ନିବେଦନ କରିଥିଲେ।