ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକ
ନାଉଗାଁ(ଓ୍ବାଇଏନଏସ): ନାଉଗାଁ ବ୍ଳକ ଅନ୍ତର୍ଗତ ଦହିପାଳସ୍ଥିତ ବେଲକନ୍ଦା ଗ୍ରାମର ଯୁଧିଷ୍ଠିର ମହାନ୍ତିଙ୍କ (୮୦) ପରଲୋକ ଘଟିଛି। ସେ ଦୀର୍ଘଦିନ ହେବ ହୃଦରୋଗରେ ଆକ୍ରାନ୍ତ ଥିଲେ। ସୋମବାର ସଂଧ୍ୟାରେ ତାଙ୍କର ବିୟୋଗଟି ଥିଲା। ମୃତ୍ୟୁ ଶର୍ଯ୍ୟା ନିକଟରେ ପୁତ୍ର, ପୁତ୍ରବଧୂ ଓ ନାତି, ନାତୁଣୀମାନେ ଉପସ୍ଥିତ ଥିଲେ। ସେ ଜଣେ ଧର୍ମପରାୟଣ, ପରୋପକାରୀ, ଭାଗବତପ୍ରେମୀ ବ୍ୟକ୍ତିତ୍ୱ ଥଲେ। ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ବଡପୁତ୍ର ଯୁଗଳ କିଶୋର ମହାନ୍ତି ମୁଖାଗ୍ନି ଦେଇଥିଲେ।