ବେଙ୍ଗାଲୁରୁ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ବୁଗୁଡା (ଅନୀଲ କୁମାର ମହାରଣା) : କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁ ସହରରେ ଜୁନ ୯ ତାରିଖ ଦିନ ଏକ ଗ୍ୟାସ ହାଣ୍ଡି ଫାଟି ଅଗ୍ନିକାଣ୍ଡ ଯୋଗୁଁ ଜଣେ ଓଡ଼ିଆ ଯୁବ ଶ୍ରମିକ ଗୁରୁତ୍ତର ଆହତ ହୋଇ ସେଠାରେ ମେଡ଼ିକାଲରେ ଚିକିତ୍ସିତ ଯେଉଁଥିବା ବେଳେ ୧୫ ତାରିଖ ଦିନ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ସ୍ବର୍ଗତ ବଂଶୀଧର ସାହୁଙ୍କ ପୁଅ ସୌରଭ ସାହୁ (୨୫)। ମୃତ ସୌରଭଙ୍କ ବାପା ବଂଶୀଧର ସାହୁ ନିଜର ଅଟୋ ଚଳାଇ ପ୍ରତିପୋଷଣ କରୁଥିବା ବେଳେ ଅଟୋ ଦୁର୍ଘଟଣା ରେ ତାଙ୍କର ଦେହାନ୍ତ ହୋଇଥିଲା। ସୌରଭ ତାଙ୍କର ଏକମାତ୍ର ପୁତ୍ର ହୋଇଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ବେଙ୍ଗାଳୁରୁ ସହରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଅଗ୍ନିକାଣ୍ଡ ଯୋଗୁଁ ସୌରଭ ପୋଡି ଯାଇଥିବା ବେଳେ ସଙ୍ଗେ ସଙ୍ଗେ ମେଡ଼ିକାଲକୁ ନେଇଥିଲେ। ମେଡ଼ିକାଲରେ  ଚିକିତ୍ସାଧୀନ ଅବସ୍ଥାରେ ସୌରଭ ସାହୁଙ୍କୁ ମୃତ୍ୟୁ ହୋଇଥିଲା। ସୌରଭଙ୍କ ମର ଶରୀର ନିଜ ଗ୍ରାମ ମାଣିତରାରେ ୧୬ ତାରିଖ ଦିନ ପୂର୍ବାହ୍ନରେ ପହଞ୍ଚିବା ପରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସୌରଭଙ୍କ ମୃତ୍ୟୁ ଖବର ପ୍ରଚାର ହେବାପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ