ନାଉଗାଁ ଥାନାରେ ନୂତନ ଥାନାଧିକାରୀ ଭାବେ ଦେବାଶିଷ ପଣ୍ଡାଙ୍କ ଯୋଗଦାନ
ନାଉଗାଁ, (ଓ୍ବାଇଏନଏସ): ନାଉଗାଁ ଥାନାରେ ନୂତନ ଥାନାଧିକାରୀ ଭାବେ ଦେବାଶୀଷ ପଣ୍ଡା ବୁଧବାର ଯୋଗଦାନ କରିଛନ୍ତି। ସେ ପୂର୍ବରୁ ଜଗତସିଂହପୁର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ। ଉକ୍ତ ଥାନାରେ ଯୋଗ ଦେବା ପରେ ସେ ଜନସାଧାରଣଙ୍କ ସହ ସୁ-ସଂପର୍କ ରକ୍ଷା କରିବେ। ଏଥିସହ ଆଇନ ଶୃଙ୍ଖଳାକୁ ନଜର ଦେବା ସହ ଚୋରା ମଦ କାରବାର, ଭାଙ୍ଗ, ଗଂଜେଇ, ବ୍ରାଉନସୁଗାର କାରାବାର ଆଦି ଉପରେ ତୀକ୍ଷଣ ଦୃଷ୍ଟି ଦିଆଯିବ ବୋଲି ମତବ୍ୟକ୍ତ କରିଛନ୍ତି। ସୂଚନା ଥାଉକି ପୂର୍ବରୁ ଥାନାଧିକାରୀ ପ୍ରଦିପ୍ତ କାନୁନଗୋଙ୍କ ସ୍ଥାନାନ୍ତର ହୋଇଥିଲା।


