ସୌମ୍ୟାଶ୍ରୀଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପ୍ରଦାନ

ବାଲେଶ୍ଵର (ସରୋଜ ପଣ୍ଡା):- ଚଳିତ ମାସ ୧୨ ତାରିଖରେ ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଦିବ୍ୟାଙ୍ଗତ ବି. ଇଡି.ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏ ମ୍ଏସ୍ ଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ସୌମ୍ୟାଶ୍ରୀ ଉଚ୍ଚ ଶିକ୍ଷା ପାଇଁ ସୁଦୂର ଭୋଗରାଇ ଅଞ୍ଚଳରୁ ଆସି ବାଲେଶ୍ଵରର ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ବି. ଇଡିରେ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ମହିଳା ଓ ଛାତ୍ରୀ ମାନଙ୍କ ସୁରକ୍ଷା ପାଇଁ ଆତ୍ମସୁରକ୍ଷା କୌଶଳ ପ୍ରଶିକ୍ଷଣର ମାଷ୍ଟର ଟ୍ରେନର ଥିଲେ। ମାତ୍ର ଏଭଳି ଦକ୍ଷ ପ୍ରତିଭାର ବିୟୋଗରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ୨୦ଲକ୍ଷ ଟଙ୍କାର ଅର୍ଥ ରାଶିର ଏକ ଚେକ୍  ମାନ୍ୟବର ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ  ଶୋକକସନ୍ତପ୍ତ ପରିବାରଙ୍କୁ ଭେଟି ପ୍ରଦାନ କରିବା ସମୟରେ ମାନ୍ୟବର  ବଡ଼ସାହି ବିଧାୟକ  ଶ୍ରୀଯୁକ୍ତ ସନାତନ ବିଜୁଳି  ଓ ମାନ୍ୟବର  ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ ସମେତ  ଉପଜିଲ୍ଲାପାଳ ବାଲେଶ୍ଵର ଏବଂ ତହସିଲଦାର ଭୋଗରାଇ ଓ ସ୍ଥାନୀୟ ନେତୃବର୍ଗ ଗ୍ରାମବାସୀ ଉପସ୍ଥିତ ଥିଲେ। ଏଥି ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡ୍ କ୍ରସରୁ ୨୫,ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏହି ଶୋକ।ଭିଭୂତ ପରିବାରଙ୍କୁ ନେତୃମଣ୍ଡଳୀ ସମବେଦନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ