ପଞ୍ଚାୟତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବାରେ ବିଳମ୍ବ: ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ସରପଞ୍ଚ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ଅଧିନ କେତେକ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବାରେ ବିଳମ୍ବ ହେଉଥିବା ନେଇ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା ବନ୍ତ ବ୍ଲକରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣୀରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରକାଶ ଯେ, ଉକ୍ତ ପଞ୍ଚାୟତରେ ୧୫ଟି ୱାର୍ଡ ରହିଛି । ଅଧିକାଂଶ ଗ୍ରାମର ରାସ୍ତା ଗୁଡିକ ପଞ୍ଚାୟତ ଅନୁଦାନରେ କାର୍ଯ୍ୟ କରିବା ସମ୍ଭବପର ହୋଇପାରୁନାହିଁ । ଏନେଇ ଗତ ତା-୨୮-୬-୨୦୨୩ ରିଖରେ ପଞ୍ଚାୟତ ସମିତି ବୈଠକରେ କେତେକ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବା ନେଇ ସରପଞ୍ଚ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ମଧ୍ୟରେ ଦୀର୍ଘ ମାସ ବିତି ଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ଅନୁମୋଦନ ପାଇଁ ଜିଲା ପରିଷଦକୁ ପଠା ଯାଇନାହିଁ । ଫଳରେ ଉକ୍ତ ପଞ୍ଚାୟତର ବିଭିନ୍ନ ରାସ୍ତା ଗୁଡିକ ଅବହେଳିତ ଅବସ୍ଥାରେ ପଡି ରହିଛି । ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ଉକ୍ତ ପଞ୍ଚାୟତର କେତେକ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବା ନେଇ ବିହିତ ପଦକ୍ଷେପ ଗ୍ରହଣ ପାଇଁ ସରପଞ୍ଚ ଦାବୀ କରିଛନ୍ତି ।


