ହଦଗଡ଼ ଆଇବି ଠାରୁ ଦଲକି ରାସ୍ତାକୁ ଉନ୍ନତି କରଣ ଦାବି

ହାଟଡିହି -(ଓ୍ବାଇଏନଏସ) ହଦଗଡ଼ ଆଇବି ଠାରୁ ଦଲକି ପର୍ଯ୍ୟନ୍ତ ଯାଇଥିବା ପଦ ଚଲା ରାସ୍ତାକୁ ଉନ୍ନତି କରଣ ଦାବି ହୋଇଛି। ସୁଚନା ଅନୁଯାଇ ହଦଗଡ଼ ପଞ୍ଚାୟତ ର ଦଲକି, ପିତାନାଉ, ରତ୍ନମରା, ଜୁଣପସି, ସଜନାପାଳ ଆଦି ଗ୍ରାମରେ ଦୁଇ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି। କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା କରିବାପାଇଁ ସେମାନେ ନାନା ଅସୁବିଧା ଭୋଗ କରୁଛନ୍ତି। ସେମାନଙ୍କ ଯାତାୟତ ପାଇଁ କୌଣସି ସୁବିଧା ନଥିବାରୁ ସେମାନେ ହଦଗଡ଼ ସାଳନ୍ଦୀ ଜଳଭଣ୍ଡାର ମଧ୍ୟଦେଇ ହୁଲି ଡଙ୍ଗାରେ ପଞ୍ଚାୟତ କୁ ଆସିଥାନ୍ତି। ଏପରିକି ପଞ୍ଚାୟତ ରୁ ରେସନ୍ ସାମଗ୍ରୀ ନେବା ପାଇଁ ନାନା ଅସୁବିଧା ଭୋଗୁଛନ୍ତି। କାଠକଟା ଦେଇ ଅନ୍ଯ ଏକ ଜଙ୍ଗଲ ରାସ୍ତା ଥିଲେବି ତାହା ୨୫ରୁ ୩୦କିଲୋମିଟର ଦୁର ହେଉଛି। ଯାହାଦ୍ଵାରା ସେମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିପାରୁ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଗତ ଦୁଇବର୍ଷ ତଳେ ବିଭିନ୍ନ ଗ୍ରାମର ଯୁବକ ମାନେ ଏକତ୍ରିତ ହୋଇ ନିଜେ ଶ୍ରମଦାନ କରି  ଜଙ୍ଗଲ ଭିତର ଦେଇ ଏକ ପାଦଚଲା ରାସ୍ତା ନିର୍ମାଣ କରିଥିଲେ। ଯାହାକି ହଦଗଡ଼ ଜଳସେଚନ ବିଭାଗର ଡାକ ବଙ୍ଗଳା ନିକଟରେ ପହଞ୍ଚିଛି। ଏହି ରାସ୍ତାରେ କେବଳ ଚାଲିକରି ଯିବା ଆସିବା କରି ହେଉଛି। କିନ୍ତୁ ଏହାକୁ ଉନ୍ନତି କରଣ କରାଗଲେ ଉପରୋକ୍ତ ପାଞ୍ଚଟି ଗ୍ରାମର ଲୋକମାନେ ପଞ୍ଚାୟତ କାର୍ଯ୍ୟାଳୟ କୁ ସହଜରେ ଯିବା ଆସିବା କରିବା ସହିତ ହଦଗଡ଼ କୁ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ହଦଗଡ଼ ଅଭୟାରଣ୍ୟ ବୁଲି ପ୍ରାକୃତିକ ପରିବେଶ ଉପଭୋଗ କରିପାରନ୍ତେ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏପରିକି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ସରପଞ୍ଚ ନିରୁପମା ନନ୍ଦି ପ୍ରମୁଖ ଏନେଇ ପଞ୍ଚାୟତ ସମିତି ବୈଠକରେ ଆଲୋଚନା କରି ପ୍ରସ୍ତାବ ପାରିତ କରିଛନ୍ତି। ଜଙ୍ଗଲ ବିଭାଗ ନିଜ ଉଦ୍ୟମରେ କରୁ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ରାସ୍ତାର ଉନ୍ନତି କରଣ ହେଲେ ଏଠାକାର ଅଧିବାସୀଙ୍କ ଜୀବନ ଜୀବିକାରେ ଉନ୍ନତି ହୁଅନ୍ତା ବୋଲି କହିଛନ୍ତି। ଜିଲ୍ଳା ପ୍ରଶାସନ ଏନେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ