ଗୋବର୍ଦ୍ଧନ ପର୍ବତରେ ଔଷଧୀୟ ବୃକ୍ଷ ରୋପଣ ଦାବି
ହାଟଡିହି (ଓ୍ବାଇଏନଏସ): ହାଟଡ଼ିହି ବ୍ଲକ ଅନ୍ତର୍ଗତ ପାଢିଆରିପଲ୍ଲୀ ଗ୍ରାମ ପଞ୍ଚାୟତର ମଧ୍ୟ ସ୍ଥଳରେ ଥିବା ଗୋବର୍ଦ୍ଧନ ପର୍ବତରେ ଔଷଧିୟ ବୃକ୍ଷ ରୋପଣ ପାଇଁ ଡି.ଏଫ. ଓ ଙ୍କ ନିକଟରେ ଗ୍ରୀନ ଓଡିଶା ପ୍ରତିଷ୍ଠାତା ବିଶ୍ୱ ରଞ୍ଜନା ବେହେରା ଦରଖାସ୍ତ ଜରିଆରେ ଦାବି କରିଛନ୍ତି l ଜୈବ ବିଭିଧତା, ବନ୍ୟଯନ୍ତୁ ସୁରକ୍ଷା, ହାତୀ ମାନଙ୍କ ପାଇଁ ଆମ୍ବ, ପଣସ, ବର, ଅଶ୍ଵସ୍ଥ ଆଦି ଗଛ ଲଗାଇବା, ବନାଗ୍ନି ନିରାକରଣ ବିଷୟରେ ଆଲୋଚନା କରିବା ସହିତ ବାନିଆପଙ୍କ, ଝୁଣାବାଡ଼ି କୁରାଢ଼ୀଘସା ରେ ଥିବା ଖୋଲା ସରକାରୀ ସ୍ଥାନରେ ବୃକ୍ଷ ରୋପଣ ପାଇଁ ଦାବି ଉପସ୍ଥାପନା କରିଛନ୍ତି । ଗୋବର୍ଦ୍ଧନ ପର୍ବତରେ ପୂର୍ବ ଦିଗରେ ସନାତନ ଯୋଗାଶ୍ରମ, ପଶ୍ଚିମରେ ପ୍ରସିଦ୍ଧ ଗୁମ୍ଫା ଥିବାରୁ ନଭେମ୍ବର ମାସରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ପୂର୍ଣ୍ଣିମା ଠାରୁ ମକର ସଂକ୍ରାନ୍ତି ତିନିଦିନ ଧରି ମହୋତ୍ସବ ଚାଲୁଥିବା ବେଳେ ଶ୍ରଦ୍ଧାଳୁ ଭକ୍ତ ମାନେ ଗୋବର୍ଧନ ପାର୍ବତକୁ ଆସି ପ୍ରାକୃତିକ ମଜା ଉଠାଇବା ସହିତ ବଣ ଭୋଜି କରିଥାନ୍ତି l ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ମଧ୍ୟ ସ୍ଥଳରେ ଥିବାରୁ ଗୋବର୍ଦ୍ଧନ ପର୍ବତରେ ଔଷଧୀୟ ବୃକ୍ଷ ରୋପଣ ସାଙ୍ଗକୁ ସିଦ୍ଧଗୁମ୍ଫା ରାସ୍ତାରେ ବୃକ୍ଷ ରୋପଣ କରାଗଲେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବ ବୋଲି ବିଶ୍ୱ ରଞ୍ଜନ ବେହେରା ଦାବି କରିଛନ୍ତି। ଡ଼ିଏଫ ଓ ପ୍ରଶାନ୍ତ କୁମାର ପଣ୍ଡା ବୃକ୍ଷ ରୋପଣ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବା ଶ୍ରୀ ବେହରା କହିଛନ୍ତି।


