ସାଉନ୍ତେଶ୍ୱରୀ ଦେବୀ ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଓ ପୁନଃଉଦ୍ଧାର ଦାବୀ

ବଲାଙ୍ଗିର,(ଓ୍ବାଇଏନଏସ)ବଲାଙ୍ଗିର ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୁଇଁନ୍ତଲା ବ୍ଲକ ଅଧିନ ସାଉନ୍ତପୁର ଗାଁ ସ୍ଥିତ ସାଉନ୍ତେଶ୍ୱରୀ ଦେବୀ ମନ୍ଦିର ଉନ୍ନତିକରଣ ପାଇଁ ଆଜି ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ଆଲୋଚନା l  ୭୨୩ ଖ୍ରୀଷ୍ଟାବ୍ଦ ରେ ମନ୍ଦିର ନିର୍ମାଣ ହୋଇଥିବା ବେଳେ ବହୁ ପୂର୍ବରୁ ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିଲା । ସେ ସମୟରେ ଖପର ଘରେ ମାଁ ସାଉନ୍ତେଶ୍ୱରୀ ଦେବୀ ପୂଜା ପାଉଥିଲେ ତଥା ପାର୍ଶ୍ଵ ଦେବା ଦେଵୀ ପୂଜା ପାଉଛନ୍ତି । ୧୯୪୪ ମସିହା ପୁଣି ନୂତନ ଭାବରେ ମନ୍ଦିର ନିର୍ମାଣ ହୋଇଥିଲା । ବଲାଙ୍ଗିର ଦେବୋତ୍ତର ବିଭାଗରେ ଏହାର ରକ୍ଷଣାବିକ୍ଷଣ ଦାୟିତ୍ୱ ଥିବା ବେଳେ କେବଳ ଦଶହରାରେ କିଛି ଅର୍ଥ ପ୍ରଦାନ କରି ସୁରକ୍ଷା ଭୁଲି ଯାଇଛି । ଗତ ବର୍ଷ ରାଜ୍ୟ ସରକାର ମନ୍ଦିର ଉନ୍ନତିକରଣ ପାଇଁ ବିଭିନ୍ନ ମନ୍ଦିରକୁ ଅନୁଦାନ ପ୍ରଦାନ କରିଥିବା ବେଳେ ଏହି ଗ୍ରାମର ମନ୍ଦିର କୁ ଟଙ୍କାଟିଏ ବି ନ ଆସିବାରୁ ଆଜି ଗ୍ରାମବାସୀ ଦେବାଳୟ ସୁରକ୍ଷା କମିଟି ସହ ମନ୍ଦିର ସୁରକ୍ଷା ପାଇଁ ଆଲୋଚନା କରିଥିଲେ । ରୋଶେଇଶାଳ, ମନ୍ଦିର ସୌନ୍ଦର୍ଯ୍ୟକରଣ, ମାଁ ସାଉନ୍ତେଶ୍ୱରୀ ମନ୍ଦିର ଗର୍ଭଗୃହ ଫାଟ ତଥା ଚୂନ ଖସିଛି, ଯଜ୍ଞ ମଣ୍ଡପ, ମନ୍ଦିର ପରିସରରେ ଥିବା ପୁଷ୍କରିଣି ପୁର୍ନଉଦ୍ଧାର ସହ ଏହି ପୀଠ କୁ ସରକାର ଶୀଘ୍ର ପର୍ଯ୍ୟଟନ କ୍ଷେତ୍ର କରିବା ଦାବି କରି ୪ କୋଟି ଅନୁଦାନ ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ଓଡିଶା ସରକାରଙ୍କୁ ଦାବି ଜଣାଇଛନ୍ତି । ଆସନ୍ତା ସପ୍ତାହ ମଧ୍ୟରେ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରିବା ପାଇଁ ଆଜି ବୈଠକରେ ପ୍ରସ୍ତାବ ହୋଇଥିଲା । ଏହି ବୈଠକରେ ମନ୍ଦିରର ପୂଜକ ମାଣିକ୍ୟ ଥନାପତି, ସୁରେନ୍ଦ୍ର ଗଡୁଆ, ଫାଲଗୁନି ଭୋଇ, ଅକ୍ଷୟ ଚିରଗୁନ୍‌, ଶରତ ପଶାୟତ, ଗରିବ ସାହୁ, ସୁରେନ୍ଦ୍ର ପଧାନ, ହିରାଲାଲ ପଧାନ, ମଦନ ପ୍ରଧାନ, ଶୋଭାକର ଭୋଇ, ସୁବାଷ ପଧାନ, କ୍ଷମାନିଧି ବେହେରା, କାହ୍ନୁଚରଣ ପଧାନ ସମେତ ଦେବାଳୟ ସୁରକ୍ଷା କମିଟିର ଉପସଭାପତି ପ୍ରଶାନ୍ତ ମହାକୁର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ