ରାଜ୍ୟରେ ଛାତ୍ରୀ ଓ ନାରୀଙ୍କ ଉପରେ ନିର୍ଯ୍ୟାତନା ଓ ଅପରାଧ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ
ଛତ୍ରପୁର, (ଓ୍ବାଇଏନଏସ) : ସମ୍ପ୍ରତି ରାଜ୍ୟରେ ଛାତ୍ରୀ ଓ ନାରୀ ନିର୍ଯ୍ୟାତନା ଅହେତୁକ ବୃଦ୍ଧି ପାଉଥିବା ବେଳେ ଅପରାଧିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଶୁକ୍ରବାର ଗଞ୍ଜାମ ଜିଲ୍ଲା ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଦାବି ହୋଇଛି । ବହୁ ଛାତ୍ର ଛାତ୍ରୀ ଏବଂ ଦଳୀୟ ନେତା ମାନେ ଏକ ଶୋଭାଯାତ୍ରାରେ ଆସି ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ଠାରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପୋଲିସ୍ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଗୋପାଳପୁର ବିଚ୍ ରେ ଏକ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ, ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀଙ୍କ ଆତ୍ମଦାହ କରିବା ଘଟଣା, ପୁରୀ ଜିଲ୍ଲା ବଳଙ୍ଗାରେ ଏକ ନାବାଳିକାକୁ ଜିଅନ୍ତା ଜାଳିଦେବା ପାଇଁ ଉଦ୍ୟମ କରିବା ଆଦି ଘଟଣାରେ ତ୍ୱରିତ ତଦନ୍ତ କରଯାଇ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରାଯିବା, ଦୋଷୀ ମାନଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ଶିକ୍ଷା ସ୍ଥଳ ଗୁଡିକରେ ଛାତ୍ରୀ ମାନଙ୍କ ପାଇଁ ସୁରକ୍ଷା ବୃଦ୍ଧି କରିବାକୁ ଦୃଢ ପଦକ୍ଷେପ ନିଆଯିବା, ନାରୀ ସୁରକ୍ଷା ପାଇଁ ଏକ ଅଧିକ କ୍ରିୟାଶୀଳ ଓ ପ୍ରଭାବଶାଳୀ ମେକାନିଜମ୍ ଗଠନ କରାଯିବା ଲାଗି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଦାବି କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଯୁବ ବିଜେଡି ଛତ୍ରପୁର ବ୍ଲକ ଉପସଭାପତି କାହ୍ନୁ ଚରଣ ବେହେରା, ଯୁବ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ଭବାନୀକାନ୍ତ ସାହୁ, ଛାତ୍ର ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପାରାଓ , ଛତ୍ରପୁର ନଗର ବିଜେଡି ସଭାପତି ଵି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଭାପତି ସନମୁଖ ପଟ୍ଟନାୟକ, ପୂର୍ବତନ ଉପନଗରପାଳ ପ୍ରଦୋଷ କୁମାର ବେହେରା, କାଉନସିଲର ବୁନୁ ମିଶ୍ର, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ପ୍ରଶାନ୍ତ କୁମାର କର, ରମ୍ଭା ଏନଏସି ର ପୂର୍ବତନ ଅଧ୍ୟକ୍ଷ ବିଜୟ ଚନ୍ଦ୍ର ବିଶ୍ୱାଳ, ରାଜୁ ପାତ୍ର, ଶ୍ରୀକାନ୍ତ ବିଶ୍ୱାଳ, ବାଦଲ କୁମାର ପ୍ରଧାନ, ଟିକିନା ଗୌଡ଼, ଅଭିରାମ ପ୍ରଧାନ, ସନ୍ତୋଷ ସାହୁ, ପୂର୍ବତନ ସରପଞ୍ଚ ସୋମନାଥ ସାହୁ, ଯୁବ ନେତା କିଶୋର ବେହେରା ଙ୍କ ସମେତ ଛତ୍ରପୁର, ରମ୍ଭା ଓ ଗଞ୍ଜାମ କଲେଜ ର ବିଦ୍ୟାର୍ଥୀ ମାନେ ଉପସ୍ଥିତ ଥିଲେ