ଆୟୁଷ୍ମାନ କାର୍ଡକୁ ଆହୁରି ସହଜ ଓ ଉପଯୋଗୀ କରିବା ପାଇଁ ଓଡ଼ିଶା ପ୍ରାଇଭେଟ୍ ହସ୍ପିଟାଲ ଆସୋସିଏସନ ବୈଠକରେ ଦାବି

କଟକ,(ଓ୍ବାଇଏନଏସ) : କଟକ ଆଇଏମଏ ହାଉସ୍ ଠାରେ ଓଡ଼ିଶା ପ୍ରାଇଭେଟ୍ ହସ୍ପିଟାଲ ଆସୋସିଏସନ ପକ୍ଷରୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍ ମାଲିକଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଏସକେୱାଇ କାର୍ଡ ଓ ନୂଆ ସରକାର ଲାଗୁ କରିଥିବା ଆୟୁଷ୍ମାନ ସ୍ଵାସ୍ଥ୍ୟ କାର୍ଡ ଉପରେ ଏକ ବୈଠକରେ ଆଲୋଚନା କରାଯାଇଛି। ଆୟୁଷ୍ମାନ କାର୍ଡରେ ରୋଗୀ ସେବା ପାଇଁ ପଞ୍ଜିକରଣ ସମୟସାପେକ୍ଷ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ଏଥି ସହିତ ରୋଗୀ ସେବା କରିବା ପରେ ହସ୍ପିଟାଲଗୁଡିକ ସେମାନଙ୍କର ବିଲ୍ ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଡାକ୍ତର ତଥା ଘରୋଇ ହସ୍ପିଟାଲ ମାଲିକମାନେ ମତ ଦେଇଛନ୍ତି। ଆଗକୁ ସରକାର ସମସ୍ତ କଥା ବିଚାର କରି ଆୟୁଷ୍ମାନ କାର୍ଡକୁ ଆହୁରି ସହଜ, ସରଳ ଓ ଉପଯୋଗୀ କରିବେ ବୋଲି ଘରୋଇ ହସ୍ପିଟାଲ ଆସୋସିଏସନ ଆଶା ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ