ଅମଲା ସଂଘ ପକ୍ଷରୁ ବିଧାୟକଙ୍କୁ ଦାବି ପତ୍ର
ହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ହାଟଡିହି ବ୍ଲକ ଅମଲା ସଂଘ ପକ୍ଷରୁ ଆନନ୍ଦପୁର ବିଧାୟକଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ବିଭିନ୍ନ ଦାବି ନେଇ ବାରମ୍ବାର ଆନ୍ଦୋଳନ କରୁଥିଲେବି କିଛି ସୁଫଳ ମିଳୁନି। କେବଳ ବେତନ ବ୍ୟତୀତ ଅନ୍ୟ କୌଣସି ସୁବିଧା ସୁଯୋଗ ମିଳୁନଥିବାରୁ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏନେଇ କେନ୍ଦୁଝର ଅମଲା ସଂଘ ପକ୍ଷରୁ ଶ୍ରବଣ କୁମାର ପରିଡ଼ା, ହରେକୃଷ୍ଣ ପ୍ରଧାନ, ପ୍ରତାପ ବଇଠା, ଗୋଲକ ବିହାରୀ ସାହୁ, ସଞ୍ଜୀବ କୁମାର ସାହୁ ପ୍ରମୁଖ ସଦସ୍ୟ ମାନେ ବିଧାୟକ ଅଭିମନ୍ୟୁ ସେଠୀଙ୍କୁ ଦାବିପତ୍ର ପ୍ରଦାନ କରି ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।