ଅଙ୍ଗନବାଡି ଗୃହ ନିର୍ମାଣ ପ୍ରସଙ୍ଗକୁ ନେଇ ବିଡ଼ିଓଙ୍କୁ ଦାବିପତ୍ର

ହାଟଡିହି (ଓ୍ବାଇଏନଏସ): ସିଙ୍ଗଡବ ୧୨ନଂ ୱାର୍ଡ ଅଙ୍ଗନବାଡି ଗୃହ ନିର୍ମାଣରେ ଅଯଥା ବିଳମ୍ବକୁ ନେଇ ୧୨ନଂ ୱାର୍ଡବାସୀଙ୍କ ମଧ୍ୟରେ  ଅସନ୍ତୋଷ ବଢ଼ିବାରେ ଲାଗିଛି। ୧୨ନଂ ୱାର୍ଡର ଅଧିବାସୀ ଆଜି ହାଟଡିହି ବ୍ଲକର ବିଡ଼ିଓ ଏବଂ ସିଡିପିଓ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କ୍ଷରିବା ସହିତ ୭ ଦିନ ଭିତରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ ବ୍ଲକ ସମୁଖରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ସିଙ୍ଗଡୋବ ଗ୍ରାମରେ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ  ୨୪ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆ ଯାଇଥିଲା। ଏହାକୁ ନେଇ ଦୁଇ ୱାର୍ଡ ବାସିନ୍ଦା ଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।  ମୋଟ ୩୦ ଜଣ ଶିଶୁଙ୍କ ମଧ୍ୟରୁ ପୁରୁଣା ସିଙ୍ଗଡୋବର ୧୨ନଂ ୱାର୍ଡ ର ୨୭ଜଣ ଶିଶୁ ଏହି ଅଙ୍ଗନବାଡି କେନ୍ଦ୍ରରେ ପଢ଼ୁ ଥିବାରୁ ୧୨ନଂ ୱାର୍ଡବାସୀନ୍ଦା  ମାନେ ତାଙ୍କ ୱାର୍ଡରେ ଅଙ୍ଗନବାଡି ଘର ନିର୍ମାଣ ପାଇଁ ଦାବି କରିଥିଲେ। ତାଙ୍କ ଛୁଆମାନେ ନାଳ ପାରହୋଇ ଯିବାକୁ ଭୟ କରୁଥିବା ଦର୍ଶାଇ ଥିଲେ। ଦୁଇ ସାହି ଭିତରେ ବିବାଦ ଯୋଗୁଁ ବିଭାଗୀୟ ଅଧିକାରୀ ମାନେ ଦୁଇ ସାହିର ମଧ୍ୟ ସ୍ଥଳରେ ଅଙ୍ଗନବାଡି ଘର ନିର୍ମାଣ ପାଇଁ ପ୍ରସ୍ତାବ ଦେବା ସହ ତହସିଲଦାରଙ୍କୁ ସ୍ଥାନ ଚିହ୍ନଟ ପାଇଁ ପ୍ରସ୍ତାବ ଦେଇଥିଲେ। ତହସିଲଦାର ଅଙ୍ଗନବାଡି ଘର ନିର୍ମାଣ ପାଇଁ ସ୍ଥାନ ପରିଦର୍ଶନ କରି ଖାତା ନମ୍ବର ୩୬୬ ପ୍ଲଟ ନଂ ୧୨୫୫ର ୧୨ଡ଼ିସିମିଲ ପତିତ କିସମ ଜମିରୁ ୬ଡ଼ିସିମିଲ ଜମି ଯୋଗାଇବା ପାଇଁ ତାଙ୍କ ଚିଠି ନଂ ୫୭୨୯ ତା ୮/୧୨/୨୦୨୫ରେ ସିଡିପିଓ ଙ୍କୁ ଜଣାଇଥିଲେ । ସିଡିପିଓ ଏନେଇ ତାଙ୍କ ଚିଠି ନଂ ୧୨୦୫ ତା ୧୭/୧୨/୨୦୨୫ରେ ବିଡ଼ିଓଙ୍କୁ ଅବଗତ କରାଇଥିଲେ। ମାତ୍ର ମାସଧିକ କାଳ ଅତିକ୍ରାନ୍ତ ହୋଇଥିଲେ ବି ବ୍ଲକ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନଥିବାରୁ ଛୁଆ ମାନେ ସ୍କୁଲ ବାରଣ୍ଡାରେ ବସୁଛନ୍ତି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ଶ୍ରୀଧର ଖଟୁଆ, ବିଜୟ କୁମାର ବେହେରା, ଗୌତମ ବେହେରା, ନିରଞ୍ଜନ ବେହେରା, ଶ୍ରୀଧର ବେହେରା, ସ୍ଵପ୍ନେଶ୍ଵର ବେହେରା, ପଦ୍ମନାଭ ଖଟୁଆ, ଦୀପକ ବେହେରା, ସାଗର ଖଟୁଆ, ନିରାକାର ଖଟୁଆ, ଜଗବନ୍ଧୁ ବେହରା ପ୍ରମୁଖ ଆଜି ବିଡ଼ିଓ ଏବଂ ସିଡିପିଓ ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ୭ଦିନ ଭିତରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ ବ୍ଲକ ସମୁଖରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ