ବନ୍ତଳା ସ୍କୁଲରୁ ଶିକ୍ଷକଙ୍କ ବଦଳି ଦାବିରେ ବିଇଓଙ୍କୁ ଦାବିପତ୍ର

ହାଟଡିହି (ଓ୍ବାଇଏନଏସ):  ବନ୍ତଳା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଙ୍କୁ ବଦଳି ପାଇଁ ବିଇଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି କିଛି ଅଭିଭାବକ। ସେମାନଙ୍କ ଅଭିଯୋଗ ଅନୁଯାଇ ବିଦ୍ୟାଳୟ ରେ ଥିବା ସହକାରୀ ଶିକ୍ଷକ ସୁବାସ ଚନ୍ଦ୍ର ପରିଡା ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଠାରେ ଶିକ୍ଷକତା କରିଆସୁଛନ୍ତି । ସେ ଦୀର୍ଘ ବର୍ଷଧରି ଏଠାରେ ଆସ୍ଥାନ ଜମାଇ ଥିବାରୁ ଶିକ୍ଷାଦାନ କାର୍ଯ୍ୟ ଛାଡି ରାଜନିତୀ କରୁଛନ୍ତି । ଅଧିକାଂଶ ଦିନ ବିଦ୍ୟାଳୟରେ ବିଳମ୍ବରେପହଁଚି ବିଦ୍ୟାଳୟ ଛୁଟି ହେବା ପୂର୍ବରୁ ପଳାଇଛନ୍ତି । ଏ ନେଇ କୌଣସୀ ଅଭିଭାବକ ପ୍ରଶ୍ନ କଲେ ସେ ଧମକ ଚମକ ଦେଇର ମହଁ ବନ୍ଦ କରାଉଛନ୍ତି । ତୁରନ୍ତ ଏପରି ଶିକ୍ଷକଙ୍କୁ ଏହି ବିଦ୍ୟାଳରୁ ଅନ୍ୟତ୍ର ବଦଳିକରି ତାଙ୍କ ସ୍ଥାନରେ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ କେଶବ ଜେନା, ପ୍ରଫୁଲ ପ୍ରଧାନ, ନାରାୟଣ ପ୍ରଧାନ, ରମେଶ ରଣା, ସୁରେଶ ପ୍ରଧାନ, ଲଷ୍ମୀପ୍ରିୟା ପ୍ରଧାନ, ଜଗନ୍ନାଥ ଜେନା, ଦିଲୀପ ଜେନା ପ୍ରମୁଖ ଦାବି କରିଛନ୍ତି। ସେମାନେ ଏନେଇ କେନ୍ଦୁଝର ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ପଚାରିବାରେ ଅଭିଯୋଗ ପାଇଛି ତଦନ୍ତ କରାଯିବା ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ