ହାତୀ ଜୋରର ପାଣି ନିଷ୍କାସନ ପାଇଁ ତହସିଲଦାରଙ୍କୁ ଦାବିପତ୍ର

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ମୁଣ୍ଡାଳ, ବେଣାପଡା, ଖଇରାବସ୍ତର ଆଦି ଗ୍ରାମର ଚାଷୀମାନେ ମୁଣ୍ଡାଳ ଦେଇ ପ୍ରବାହିତ ହାତୀଜୋରରୁ ଜଳ ନିଷ୍କାସନ ପାଇଁ ମଙ୍ଗଳବାର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ମୁତାବକ ଏହି ଜୋରଟି ଭାତପଡାରୁ ବାହାରି ଉକ୍ତ ଗ୍ରାମ ଦେଇ ପ୍ରବାହିତ ହେବା ସହ ଜାମୁଗାଁ ଦେଇଯାଇଛି। ଏହି ଜୋର ମାଧ୍ୟମରେ ବର୍ଷା ଦିନେ ଉଦବୃତ ଜଳ ଚାଷ ଜମିରୁ ନିଷ୍କାସିତ ହୋଇଥାଏ। କାଳକ୍ରମେ କିଛି ସ୍ୱାର୍ଥବାଦୀ ଲୋକ ଜୋରର ତଳପାଶ୍ୱର୍ରେ ମାଟି ପକାଇ ଅବରୋଧ କରିବା ସହ ବାସ ଗୃହ ନିର୍ମାଣ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଖଇରାବସ୍ତ ନିକଟରେ ଜୋରର ଦକ୍ଷିଣ ପାଶ୍ୱର୍ରେ ଏକ ମାଟି ବନ୍ଧ ନିର୍ମାଣ କରାଯାଇଛି। ଯାହା ସଂପୂର୍ଣ୍ଣ ବେଆଇନ ଅଟେ। ବନ୍ଧ ପକାଯାଇଥିବା ସ୍ଥାନରୁ ପାଣି ଆବଶ୍ୟକ ସମୟରେ ଖଇରାବସ୍ତ, ଚମ୍ପେଶ୍ୱର ,ଦାନ୍ତୁଆଳ ଆଦି ଚାଷ ଜମିକୁ ଯାଇଥିବା ଭୂଲେଖ ମାନଚିତ୍ରରେ ଦର୍ଶାଯାଇଛି। ଦକ୍ଷିଣ ପାଶ୍ୱର୍ରେ ୫୦ମିଟର ମାଟି ବନ୍ଧ ରହିବା ଯୋଗୁ ବର୍ଷା ହେଲେ ଉତର ପାଶ୍ୱର୍ର ଜଳ ନିଷ୍କାସିତ ନ ହୋଇ ଚାଷ ଜମିରେ ଜମି ରହୁଛି। ଯାହା ଫଳରେ ଚଳିତ ବର୍ଷ ମୁଣ୍ଡାଳ,ବେଣାପଡା,ମଧୁପୁର ଆଦି ଚାଷୀ ମାନେ କିପରି ଚାଷ କରିବେ ଚିନ୍ତାରେ ରହିଛନ୍ତି। ସାମାନ୍ୟ ବର୍ଷାରେ ବର୍ଷା ପାଣି ଜମି ରହିବା ଫଳରେ ଚାଷୀ ଚିନ୍ତାରେ ପଡିଯାଇଛି। ଜୋରକୁ ବେଆଇନ ଭାବେ ଅବରୋଧ କରାଯାଇଥିବା ସ୍ଥାନକୁ ଅବରୋଧ ମୁକ୍ତ କରିବା ସହ ଏହାର ସ୍ଥାୟୀ ସମାଧାନ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଯଦି ଏହାର ସ୍ଥାୟୀ ସମାଧାନ କରା ନଯାଏ ଆଗାମୀ ଦିନରେ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି। ଏହି ଦାବିପତ୍ରକୁ ନବ ନିର୍ମାଣ କୃଷକ ସଂଗଠନର ଜିଲା ସଂଯୋଜକ ନବ କିଶୋର ମହାନ୍ତି, ସୁଜିତ ମଲିକ, ତ୍ରନାଥ ମହାନ୍ତି, ଅମରେନ୍ଦ୍ର ମହାନ୍ତି, ଜଗନ୍ନାଥ ବେହେରା, ଦେବେନ୍ଦ୍ର ମଲିକ ଆଦି ତହସିଲଦାରଙ୍କ ଅନୁପସ୍ଥିତିରେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଅଶୋକ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି। ଏସଂପର୍କରେ ହତସିଲଦାର ଅକ୍ଷୟ କୁମାର ବଡୁଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ