ହାଟଡିହିକୁ ଆକାଂକ୍ଷା ବ୍ଲକ ଘୋଷଣା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ହାଟଡିହି-(ଓ୍ବାଇଏନଏସ): ହାଟଡିହି ବ୍ଲକକୁ ଆକାଂକ୍ଷା ବ୍ଲକ ଘୋଷଣା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ସମ୍ପୂର୍ଣ୍ଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ଅନୁନ୍ନତ ଓ ପଛୁଆ ଅଞ୍ଚଳ ଭାବେ ପରିଚିତ ହାଟଡିହି ବ୍ଲକକୁ ଆକାଂକ୍ଷା ବ୍ଲକ ଯୋଜନା (ଏବିପି)ରେ ସାମିଲ କରାଯାଇ ନଥିବା ନେଇ ବ୍ଲକର ୩୧ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। କାରଣ ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ଏକ ବ୍ୟାପକ ଏବଂ ଅନ୍ତର୍ଭୁକ୍ତ ବିକାଶ ପ୍ରକ୍ରିୟା , ଯାହାର ଲକ୍ଷ୍ୟ ବିଭିନ୍ନ କେନ୍ଦ୍ରୀୟ ଏବଂ ରାଜ୍ୟସ୍ତରୀୟ ଯୋଜନାର ସମନୂୟ ମାଧ୍ୟମରେ ପଛୁଆ ଅଞ୍ଚଳର ସାମାଜିକ-ଆର୍ଥିକ ସୂଚକାଙ୍କରେ ଦୃତ ବିକାଶ ଆଣିବ । ଏଥି ନେଇ ଆଜି “ହାଟଡିହି” ବ୍ଲକର ଆଦିବାସୀ ନେତୃବୃନ୍ଧଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଖଣ୍ଡ ପ୍ରଶାସନ ଜରିଆରେ  ଉପ-ଜିଲ୍ଲାପାଳ ଶ୍ରୀ ନୀଳମାଧବ ସୁନାଙ୍କୁ ପ୍ରଦାନ କରାଯାଇଛି। ପ୍ରକାଶ ଯେ, ଗତ ଜୁଲାଇ ୨୨ ତାରିଖରେ ନୀତି ଆୟୋଗ( ପୂର୍ବ ଯୋଜନା କମିଶନ) ଓଡ଼ିଶାର ଅତିରିକ୍ତ ୧୧ ଗୋଟି ବ୍ଲକକୁ ଆକାଂକ୍ଷୀ ବ୍ଲକ ଭାବେ ଘୋଷଣା କରିଥିବାରୁ ଓଡ଼ିଶାରେ ଏପର୍ଯ୍ୟନ୍ତ ମୋଟ ୪୦ଟି ବ୍ଲକ “ଆକାଂକ୍ଷା ବ୍ଲକ” ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିଛି। ଏବେ ଘୋଷଣା କରାଯାଇଥିବା ୧୧ଟା ବ୍ଲକ ମଧ୍ୟରୁ କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକ ଚମ୍ପୁଆ, ଝୁମ୍ପୁରା, କେଉଁଝର ସଦର, ପାଟଣା ଏବଂ ତେଲକୋଇ ଏବଂ ମୟୁରଭଞ୍ଜ ଜିଲ୍ଲାର ୬ଟି ବ୍ଲକ ବହଳଦା, ବିଜାତଳା, ଜାମଦା, କୁସୁମୀ, ରାଇରଙ୍ଗପୁର ଓ ତିରିଙ୍ଗ)କୁ ସାମିଲ କରା ଯାଇଥିବା ବେଳେ ହାଟଡିହି ଭଳି ଏକ ଅନୁନ୍ନତ ବ୍ଲକ କୁ ସାମିଲ କରାଯାଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ ଏକ ଦେଶବ୍ୟାପୀ  ପଦକ୍ଷେପ ଯାହା ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ୨୦୨୩ ଜାନୁଆରୀ ୭ରେ ମୁଖ୍ୟଶାସନ ସଚିବଙ୍କ ଦ୍ଵିତୀୟ ଜାତୀୟ ସମ୍ମିଳନୀ ସମୟରେ ଆରମ୍ଭ କରାଯାଇଥିଲା। ଏହା ସ୍ୱାସ୍ଥ୍ୟ, ଶିକ୍ଷା ଓ ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନଦେଇ ଭାରତର ସବୁଠାରୁ ଅନୁନ୍ନତ ବ୍ଲକ ଗୁଡ଼ିକରେ ଜୀବନର ଗୁଣବତ୍ତା ଏବଂ ସୁଶାସନକୁ ଉନ୍ନତ କରିବା ଲକ୍ଷ୍ୟ ରଖିଛି । ଏହି କାର୍ଯ୍ୟକ୍ରମ ପାଇଁ ୨୭ଟି ରାଜ୍ୟ ଏବଂ ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୫୦୦ଟି ବ୍ଲକକୁ ଚିହ୍ନଟ କରାଯାଇଛି। ଏହି କାର୍ଯ୍ୟକ୍ରମ ଡିଜିଟାଲ ଉପକରଣ ଏବଂ ପଦ୍ଧତି ବ୍ୟବହାର କରି ବିଦ୍ୟମାନ ସରକାରୀ ଯୋଜନା ଗୁଡିକୁ ଏକତ୍ରିତ କରିବା ଏବଂ ପ୍ରଗଟି ତଦାରଖ କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି । କିନ୍ତୁ କେନ୍ଦୁଝର ଜିଲ୍ଲାର ଏହି ସମ୍ପୂର୍ଣ୍ଣ ଅନୁନ୍ନତ ଏବଂ ଅନ୍ଧାରୀମୂଲକ ବ୍ଲକ ଭାବେ ପରିଚିତ “ହାଟଡିହି”କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାନ ଯିବା ଦୁର୍ଭାଗ୍ୟଜନକ। ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତି ଆୟୋଗର ସଦସ୍ୟ ଅଟନ୍ତି । ତେଣୁ ହାଟଡିହି ବ୍ଲକକୁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପଦକ୍ଷେପ ଗ୍ରହଣ କରାଯିବା ସକାଶେ ହାଟଡିହି ବ୍ଲକ ନେତୃବୃନ୍ଧଙ୍କ ଦ୍ଵାରା ଦୃଢ଼ ଦାବି ଉପସ୍ଥାପନା କରାଯାଇଛି । ବିଶିଷ୍ଟ ସମାଜସେବୀ ତଥା “ଶରତ ବିକାଶ ମଞ୍ଚ” ସଭାପତି ଗାମାଏ ରୀମିଲ ସିଂ ଗୋଇପାଇଙ୍କ ନେତୃତ୍ୱରେ  ବୁଦ୍ଧିରାମ ପୂର୍ତ୍ତି, ସୁନାରାମ ପୂର୍ତ୍ତି, ପିଣ୍ଟୁ ହେମ୍ବ୍ରମ, ଜୁରେ ପୂର୍ତ୍ତି, ରାଉତ ହୋ, ଟିପିରିଆ ମୁଣ୍ଡୂରୀ, ସୁରେନ୍ଦ୍ର ହୋ, ଜାମାଦାର ବାଲମୁଚୁ ପ୍ରମୁଖ ଉପସ୍ଥିତଏହି ଦାବୀପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ