ଉତ୍କଳ ସର୍ବୋଦୟ ମଣ୍ଡଳର ଶାନ୍ତି ସଦ୍ଭାବନା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ଉତ୍କଳ ସର୍ବୋଦୟ ମଣ୍ଡଳ ଆନୁକୂଲ୍ୟରେ ସଭାପତି ଶ୍ରୀ ବିଧାନଚନ୍ଦ୍ର ରାୟଙ୍କ ନେତୃତ୍ୱରେ ବାସନ୍ତୀ ପୂଜାର ବାଡ଼ିଖେଳ, ଡିଜେ ବଜାଇବା, ମଦ୍ୟସେବନ ସହ ଅସାମାଜିକ ଲୋକଙ୍କର ଗଣ୍ଡଗୋଳ ଏବଂ ସାଂପ୍ରଦାୟିକ ଦଙ୍ଗାକୁ ନିୟନ୍ତ୍ରଣ ଏବଂ ପ୍ରତ୍ୟେକ ବ୍ୟକ୍ତି ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଆଜି ବାଲେଶ୍ୱର ଜିଲ୍ଲା ଉତ୍କଳ ସର୍ବୋଦୟ ମଣ୍ଡଳ ପକ୍ଷରୁ ଶ୍ରୀମତୀ ପ୍ରତିମା ପଣ୍ଡା, ପ୍ରଜ୍ଞାପାରମିତା ବିଶ୍ୱାଳ, ବିଧାନ ଜେନା, କହ୍ନେଇ ବେହେରା, ତୁଷାରକାନ୍ତ ମହାପାତ୍ର, ବେଣୁଧର ବାରିକ୍, ପଦ୍ମଲୋଚନ ଦତ୍ତ, ଅଚ୍ୟୁତ ନନ୍ଦ, ଜୟକୃଷ୍ଣ ନାୟକ ପ୍ରମୁଖ ବହୁ ଉତ୍କଳ ସର୍ବୋଦୟ ମଣ୍ଡଳର ସଭ୍ୟମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।


