ଗ୍ରାମଗୁଡ଼ିକୁ ଛତ୍ରପୁର ମୁନିସିପାଲିଟିରେ ସଂଯୋଗୀକରଣ ନ କରିବା ନିମନ୍ତେ ଦାବୀ: ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟିଲେ ଅଂଚଳ ବାସୀ

 ଛତ୍ରପୁର, (ଓ୍ବାଇଏନଏସ): ଚିକଲଖଣ୍ଡି ଗ୍ରାମ ପଂଚାୟତ ର ଚିକଲଖଣ୍ଡି, ପୁରୁଣାପାଟଣା, ଝରପୋଖରୀ ଓ ବାଲିବଗଡ଼ ଗ୍ରାମ କୁ ଛତ୍ରପୁର ମୁନିସିପାଲିଟି ରେ ସଂଯୋଗୀକରଣ ନ କରିବା ଦାବୀ ନେଇ ଅଂଚଳ ର ବହୁ ଜନସାଧାରଣ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଦେବଦତ୍ତ ପଣ୍ଡା ଙ୍କୁ ଭେଟି ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି, ଛତ୍ରପୁର ଠାରୁ ପ୍ରାୟ ୩ କି. ମି ବ୍ୟବଧାନରେ ଅବସ୍ଥିତ ଏହି ଗ୍ରାମ ଗୁଡିକ ଏବଂ ଏଠାକାର ବାସିନ୍ଦା ପ୍ରାୟ ୯୦ % ଚାଷୀ ଏବଂ ମୁଲିଆ ଅଟନ୍ତି, ଏହି ଗ୍ରାମ ମାନଙ୍କର ହଜାର ହଜାର ଛେଳି, ମେଣ୍ଢା, ଗାଈ ଓ ମଇଁଷି ଚାଷ କରି ଜୀବିକା ମେଣ୍ଟାଉଛନ୍ତି, ଏଣୁ ଚିକଲଖଣ୍ଡି, ପୁରୁଣାପାଟଣା, ଝରପୋଖରୀ ଓ ବାଲିବଗଡ଼ ଗ୍ରାମ କୁ ଛତ୍ରପୁର ମୁନିସିପାଲିଟିରେ ସଂଯୋଗୀକରଣ ନ କରିବା ନିମନ୍ତେ ସେମାନେ ଅନୁରୋଧ କରିଛନ୍ତି, ଏହି ଦାବୀ ପତ୍ର ପ୍ରଦାନ ବେଳେ ପୂର୍ବତନ ସରପଞ୍ଚ ଡି. ରାମସ୍ୱାମୀ ରେଡ୍ଡୀ, ଅଭିରାମ ପ୍ରଧାନ, ସନ୍ତୋଷ କୁମାର ବେହେରା, ଟିକିନା ଗୌଡ଼, ପଦ୍ମ ଚରଣ ରାଉଳ ଓ ଭବାନୀ ବେହେରାଙ୍କ ସମେତ ବହୁ ଅଂଚଳବାସୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ