ଚାଷୀ ମାନଙ୍କ ଠାରୁ ସମସ୍ତ ଧାନ ସଂଗ୍ରହ କରିବାକୁ ଦାବି

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡା ବ୍ଲକର ୩୦ ରୁ ଉର୍ଦ୍ଧ ସମବାୟ ସମିତି ରେ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ଧାନ ଦେଇପାରିନଥିବା ଚାଷୀ ମାନଙ୍କ ସମସ୍ୟା କୁ ନେଇ ଜାଗ୍ରତ ଯୁବଶକ୍ତି ସଂଗଠନ ତରଫରୁ ପୁରୀ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ନିମାପଡ଼ା ବିଡ଼ିଓ ଙ୍କୁ ପ୍ରଦାନ କରାଯାଇଛି । ଚଳିତ ଖରିଫ ଋତୁରେ ନିମାପଡା ବ୍ଲକ ରେ ପଞ୍ଜିକୃତ ହୋଇଥିବା ମୋଟ ୧୨ ହଜାର ୩୦୦ ଚାଷୀ ଙ୍କ ମଧ୍ୟରୁ ମାର୍ଚ୍ଚ ୧୪ ତାରିଖ ସୁଦ୍ଧା ୪ ହଜାର ୪୮୦ ଜଣ ଚାଷୀ ଏ ଯାଏଁ ଧାନ ଦେଇପାରିନାହାନ୍ତି ଏବଂ ମୋଟ ଧାନ ଉଠାଣ ଟାର୍ଗେଟ ୪ ଲକ୍ଷ ୯୫ ହଜାର କୁଇଣ୍ଟାଲ ରୁ ପ୍ରାୟ ୧ ଲକ୍ଷ ୨୭ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ହେବା ବାକି ରହିଛି । ନୁଆସନ୍ଥ, ଓହଳ, ଭଗବତୀପୁର, ଗଦେଇ ଜେନା ସମବାୟ ସମିତି ରେ ମାର୍ଚ୍ଚ ୧୪ ସୁଦ୍ଧା ୫୦% ରୁ କମ ଧାନ ଉଠାଣ ହୋଇଥିବାବେଳେ ୯୫୯ ଜଣ ଚାଷୀ ଙ୍କ ଧାନ ଉଠାଯାଇନାହିଁ । ଭିଲିଗ୍ରାମ, ହରିଆଠେଙ୍ଗ, ତାଳତଅଂଳା, ପାଳଶ୍ରୀ, ଧଳେଶ୍ୱର, ଉଛୁପୁର ଭଳି ୬ ଟି ସମବାୟ ସମିତି ରେ ମାର୍ଚ୍ଚ ୧୪ ସୁଦ୍ଧା ୪୦% ରୁ ଊର୍ଧ୍ୱ ଙ୍କ ଧାନ ଉଠାଣ ବାକି ଥିବା ବେଳେ ୧ ହଜାର ୩୭୭ ଜଣ ଚାଷୀ ଧାନ ଦେଇପାରିନାହାନ୍ତି । ହରିପୁର, ଦଣ୍ଡିପୁର, ଶ୍ରୀନୃସିଂହ, ବରିମୁଣ୍ଡ ନିନିଗାଁ ସମବାୟ ସମିତି ରେ ମାର୍ଚ୍ଚ ୧୪ ସୁଦ୍ଧା ୩୦% ରୁ ଊର୍ଧ୍ୱ ଚାଷୀ ଙ୍କ ଧାନ ସଂଗ୍ରହ ବାକି ଥିବା ବେଳେ ୬୫୫ ଜଣ ଚାଷୀ ଧାନ ଦେବାପାଇଁ ଅପେକ୍ଷାରେ ଅଛନ୍ତି । କପିଳେଶ୍ୱର, ବଳଙ୍ଗା, କନପୁର, ଡେଣୁଅବସ୍ତ, ଗଡ଼ତୋରିହଁ, ଅରିଷଣ୍ଢ, ରେଙ୍ଘାଳୋ ଭଳି ୬ ଟି ସମବାୟ ସମିତି ରେ ମାର୍ଚ୍ଚ ୧୪ ତାରିଖ ସୁଦ୍ଧା ଶତାଧିକ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ବାକି ରହିଛି । ସରକାର ଙ୍କ ନିର୍ଦ୍ଦେଶ ମୁତାବକ ଧାନ ସଂଗ୍ରହ ଶେଷ ସମୟ ସୀମା ମାର୍ଚ୍ଚ ୩୧ ତାରିଖ କୁ ୧୫ ଦିନ ବାକି ଥିବା ବେଳେ ବକେୟା ୪ ହଜାର ୪୮୦ ଚାଷୀ ଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଉପରୋକ୍ତ ସମବାୟ ସମିତି ଅନ୍ତର୍ଗତ ସମସ୍ତ ଚାଷୀ ଙ୍କ ଠାରୁ ଧାର୍ଯ୍ୟ ପରିମାଣ ମୁତାବକ ଶତ ପ୍ରତିଶତ ଧାନ ଉଠାଣ ଲାଗି ଜାଗ୍ରତ ଯୁବଶକ୍ତି ସଂଗଠନ ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ବିଜୟାନନ୍ଦ ଦାସ, ଅଜୟ କୁମାର ମିଶ୍ର ପ୍ରମୁଖ ପୁରୀ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ନିମାପଡା ବିଡ଼ିଓ ଙ୍କୁ ପ୍ରଦାନ କରି ଚାଷୀ ଙ୍କ ଏହି ସମସ୍ୟା ସମ୍ପର୍କ ରେ ବିଡ଼ିଓ ଙ୍କ ସହିତ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ