ଫକୀରମୋହନ ମେଡିକାଲ୍ କଲେଜ୍ ଓ ହସପିଟାଲରେ ଅଧିକ ପିଜି ସିଟ୍ ଖୋଲିବା ପାଇଁ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା): ଦୈନିକ ସମ୍ବାଦପତ୍ରରେ ଓଡ଼ିଶାର ବିଭିନ୍ନ ମେଡିକାଲ୍ କଲେଜରେ ଓଡ଼ିଶା ସରକାରଙ୍କର ୫୦୨ଟି ଡାକ୍ତରୀ ପିଜି ସିଟ୍ ବଢ଼ିବାର ପ୍ରସ୍ତାବ ଥିବାବେଳେ ବାଲେଶ୍ୱରର ନାମ ନଥିବାରୁ ଆଦି ସାପ୍ତାହିକ ବୈଠକରେ ଉଦ୍ବେଗ ପ୍ରକାଶ ପାଇଛି। ଯଦିଓ, ଫକୀରମୋହନ ମେଡିକାଲ୍ କଲେଜ୍ରେ ପୂର୍ବରୁ ପ୍ରସୂତି ବିଭାଗରେ ୨ଟି, ନାସା କର୍ଣ୍ଣ ଗଳା ବିଭାଗରେ ୨ଟି ଓ ନିଶ୍ଚେତକ ବିଭାଗରେ ୧ଟି ପିଜି ସିଟ୍ ପାଇଁ ଅନୁମୋଦନ ହୋଇଛି, ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା କାର୍ଡ଼ିଓଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ୟୁରୋଲୋଜି, ଆଇ, ଗେଷ୍ଟ୍ରୋଏଣ୍ଟ୍ରୋଲୋଜି, ପିଏମ୍ଆର ପ୍ରଭୃତି ବିଭାଗରେ ପିଜି ସିଟ୍ ଖୋଲାଯାଇ ନାହିଁ। ଏ ସମସ୍ତ ବିଭାଗରେ ପିଜି ସିଟ୍ ଖୋଲିବା ପାଇଁ ଓଡ଼ିଶା ସରକାର ପୁନର୍ବିଚାର କରି ଫକୀରମୋହନ ମେଡିକାଲ୍ କଲେଜ୍ରେ ପିଜି ସିଟ୍ ବଢ଼ାଇବାର ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି।


