ପରୀକ୍ଷା ସମୟରେ ଟ୍ରକ ଚଳାଚଳ ବନ୍ଦ କରିବାକୁ ଦାବି

ହାଟଡିହି (ଓ୍ବାଇଏନଏସ): ଆରମ୍ଭ ହୋଇ ଯାଇଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବାକୁ ଥିବାବେଳେ ପରୀକ୍ଷା ଦିନ ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ଗହଳି ପରିଲକ୍ଷିତ ହେଉଛି। ବିଶେଷ କରି ଅଣା ସମଣା ରାସ୍ତାରେ ବାଲି ବୋଝେଇ ଟ୍ରକ ଚଳାଚଳ ଯୋଗୁଁ ପରୀକ୍ଷାର୍ଥୀ ମାନେ ନାନା ଅସୁବିଧା ଭୋଗୁଛନ୍ତି। ଏହି ରାସ୍ତାରେ ସେହି ସମୟରେ ସହ ଶହ ହାଇୱା ଯାତାୟାତ କରୁଥିବାରୁ ଛାତ୍ରଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ରକୁ ଯିବାକୁ ଭୟ କରୁଛନ୍ତି। ଏହି ରାସ୍ତାର ଜପିଦାସ ହାଇସ୍କୁଲ ବଡ ରମ୍ପାସ ରେ ଓ ଷଡ଼ଙ୍ଗରେ ପରୀକ୍ଷା କେନ୍ଦ୍ର ହୋଇଥିବାରୁ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବାକୁ କିଏ ସାଇକେଲ ରେ ତ ଆଉ କିଏ ବାଇକ ରେ ଯାଉଛନ୍ତି। ଏତେ ସଂଖ୍ୟକ ଗାଡି ଯାଉଥିବାରୁ ଦୁର୍ଘଟଣାର ଆଶଙ୍କା ଥିବାରୁ ପରୀକ୍ଷା ଦିନ ମାନଙ୍କରେ ସକାଳ ୭ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବାଲିବୋଝେଇ ଭାରୀଯାନ ଚଳାଚଳ ବନ୍ଦ କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଆନନ୍ଦପୁର ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ଏନେଇ ପୋଲିସକୁ ନିର୍ଦେଶ ଦେବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ