ବୃନ୍ଦାବନ ଚନ୍ଦ୍ର ଉ :ପ୍ରା ବିଦ୍ୟାଳୟ ଓରାଳିର ବାର୍ଷିକ ଉତ୍ସବ

ହାଟଡିହି (ଓ୍ବାଇଏନଏସ): ବୃନ୍ଦାବନ ଚନ୍ଦ୍ର ଉ :ପ୍ରା ବିଦ୍ୟାଳୟ ଓରାଳିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନିରଞ୍ଜନ ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ  ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଶିକ୍ଷାଅଧିକାରୀ  ରାଜୀବ  ଦଳେଇ , ମୁଖ୍ୟ ବକ୍ତା ଭାବେ  ହାଟଡିହି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ହାଟଡିହି ଶିକ୍ଷା ଜିଲ୍ଲାର ପୂର୍ବତନ ସହ ଶିକ୍ଷାଧିକାରୀ  ଵିନୋଦ କୁମାର ରାଉତ, ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ସି.ଆର.ସି.ସି ଆଲୋକ କୁମାର ନାଥ, ଅବସରପ୍ରାପ୍ତ ଶିକ୍ଷାବିତ୍ ତଥା ଯୋଗାଚାର୍ଯ୍ୟ ବାଇଧର ବେହେରା,  ଓରାଳି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲତା ପରିଡା, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ଯାନ ଗଙ୍ଗାଧର ନାୟକ ପ୍ରମୁଖ ଯୋଗଦେଇ ଛାତ୍ର ଜୀବନରେ ଶୃଙ୍ଖଳା ଓ ସଂସ୍କାର ର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଶିକ୍ଷୟିତ୍ରୀ ହାସ୍ୟମୟୀ ରାଜ୍ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ  ଶିକ୍ଷକ ନିତ୍ୟାନନ୍ଦ ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ଦୁଇଜଣ ଵିଦାୟୀ ଶିକ୍ଷକ ମମତାମୟୀ ସେଠୀ ଓ ଶତ୍ରୁଘ୍ନ ସାହୁଙ୍କୁ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇ ଥିବାବେଳେ ୨୦୨୪/୨୫ ବର୍ଷ ପାଇଁ ଏନ.ଏମ.ଏମ.ଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୨ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ଦିଆଯାଇଥିଲା। ସେହିପରି କ୍ରିଡ଼ା ପ୍ରତିଯୋଗିତାରେ କୃତିତ୍ଵ ଲାଭ କରିଥିବା ଚମ୍ପିୟାନ , ହାଉସ୍ ଚମ୍ପିୟାନ ଓ ବିଭିନ୍ନ ବିଭାଗରେ କୃତିତ୍ଵ ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶିକ୍ଷକ ପ୍ରଦୀପ କୁମାର ବିଶ୍ବାଳ, ମାଧବାନନ୍ଦ କର, ନାରାୟଣ ରାଉତ୍, ଲିପିକା ନାୟକ, ପରିଚାଳନା କମିଟିର ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ