ବିପୁଳ ପରିଣାମର ଅପମିଶ୍ରିତ ଦେଶୀମଦ ଜବତ ; ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କିଞ୍ଚରଡ଼ା ଗ୍ରାମରେ ଶୁକ୍ରବାର ସକାଳେ ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ସଦଳବଳେ ଚଢାଉ କରି କାଳୁ ମଲ୍ଲିକ ଙ୍କ ନିକଟରୁ ୧୨୦ ଲିଟର ଅପମିଶ୍ରିତ ଦେଶୀମଦ ଜବତ କରିଛନ୍ତି।ଅବକାରୀ ମାମଲା ନଂ.୯/୨୫-୨୬ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ସେହିପରି ଦିଗପହଣ୍ଡି ଅବକାରୀ ଏସ.ଆଇ ଅନୀତା ପ୍ରଧାନ, ଏଏସଆଇ ଏନ. ତ୍ରିପତି ସଦଳବଳେ ଶୁକ୍ରବାର ଭୋର ରେ ଜନଜାତି ବହୁଳ ପିଲିକାଢିଅ,ବଡ଼ବୁରୁଡ଼ା,ଚଢ଼େୟାଗର୍ଦ ପ୍ରଭୃତି ଗ୍ରାମ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ପିଲିକାଢିଅ ଗ୍ରାମ ରାସ୍ତାକଡ ରେ ୨ ଟି ପ୍ଲାଷ୍ଟିକ ଜାରକିନ ଧରି ସନ୍ଦେହଜନକ ଅବସ୍ଥାରେ ବସିଥିବା ଗ୍ରାମର ଯଶୋଦା ମଲ୍ଲିକଙ୍କୁ ତଲାସି କରିବାରେ ଜାରକିନ ରେ ଅପମିଶ୍ରିତ ୪୦ ଲିଟର ଦେଶୀମଦ ଥିବା ଜଣାପଡିଥିଲା।ଅବକାରୀ ଏସ.ଆଇ ତାଙ୍କ ନିକଟରୁ ମଦ ଜବତ କରି ଅବକାରୀ ଥାନା ମାମଲା ନଂ.୨୬/୨୫-୨୬ ଅନୁଯାୟୀ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିଲେ।ସେହିପରି ବଡ଼ବୁରୁଦା ଗ୍ରାମ ନିକଟରୁ ଚଢେୟାଗର୍ଦ ଗ୍ରାମର ଗୁରୁନାଥ ମଲ୍ଲିକ ଙ୍କ ନିକଟରୁ ୧୬ ଲିଟର ଦେଶୀମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରି ମାମଲା ନଂ.୨୭/୨୫-୨୬ ଅନୁଯାୟୀ କୋର୍ଟ ଚାଲାଣ କରାଯିବା ପରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।