ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ବାରା ଅନେକ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କ ଦ୍ବାରା ନିମାପଡ଼ା ନିର୍ବାଚନ ମଣ୍ଡଳୀ ରେ ଅନେକ ପ୍ରକଳ୍ପର ଉଦଘାଟନ ହୋଇ ଥିବାବେଳେ କିଛି ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଛି। ପ୍ରଥମେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିମାପଡ଼ା ବ୍ଲକ ବିଡ଼ିଓଙ୍କ ପାଇଁ ୧୪ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ଆବାସିକ ଗୃହକୁ ଉଦଘାଟନ କରିଥିଲେ। ଇନ୍ଦିରା ଗାନ୍ଧୀ ଉଚ୍ଚମାଧ୍ୟମିକ ମହିଳା ବିଦ୍ୟାଳୟ ରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହ ଏବଂ ନିମାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ ଯୋଜନାରେ ମିଳିଥିବା ୨୧ ଲକ୍ଷ ୬୫ ହଜାର ଟଙ୍କା ବ୍ୟୟରେ ନିର୍ମିତ ବାଳିକା ବିଶ୍ରାମ କକ୍ଷକୁ ଶ୍ରୀ ମତୀ ପରିଡ଼ା ଉଦଘାଟନ କରିଥିଲେ। ସେହିଭଳି ନିମାପଡ଼ା କଲେଜ ଛାତ୍ରୀମାନଙ୍କ ରହିବା ପାଇଁ ୬ କୋଟି ୭୭ଲକ୍ଷ ଟଙ୍କା ବ୍ୟୟରେ ହଷ୍ଟେଲର ନିର୍ମାଣ ଏବଂ ନିମାପଡ଼ା ଥାନା କର୍ମଚାରୀ ମାନଙ୍କ ପାଇଁ ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଆବାସିକ ଗୃହ ପାଇଁ ଉଭୟ ସ୍ଥାନ ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ଆବାସସ୍ଥଳୀର ନିର୍ମାଣ ଦାୟିତ୍ବ ପୋଲିସ ହାଉସିଂ ବୋର୍ଡ଼ କରପୋରେସନ କୁ ଦିଆଯାଇଛି। ଏହି ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଗୁଡ଼ିକରେ ନିମାପଡ଼ା ବିଡ଼ିଓ ଡ଼ା. ଅଭିଜିତ ଷଢ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ବ୍ଲକ ସହକାରୀ ଯନ୍ତ୍ରୀ ସୁନୀଲ କୁମାର ନନ୍ଦ, କନିଷ୍ଠ ଯନ୍ତ୍ରୀ ଗୈାରାଙ୍ଗ ସେଠୀ, ନିମାପଡ଼ା ଏସଡ଼ିପିଓ ଜନାର୍ଦ୍ଦନ ପାଢୀ,ନିମାପଡ଼ା ଥାନା ଆଇଆଇସି ବାମଦେବ ସ୍ବାଇଁ , କଲେଜ ପରିଚାଳନା କମିଟି ସଭାପତି ଶରତ ଚନ୍ଦ୍ର ବେହେରା, ଅଧ୍ୟକ୍ଷା ପୁଷ୍ପିତା ରାଜଗୁରୁ ,ଆଲମୁନି ଆସୋସିଏସନ ସଭାପତି ବସନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।