ଓଏମସି ସ୍କୁଲ ବସ ଭାଳାଚଳର ଶୁଭାରମ୍ଭ କଲେ ଉପଜିଲ୍ଲାପାଳ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକରେ ଥିବା ବଙ୍ଗୋର କ୍ରୋମାଇଟ ମାଇନ୍ସ ତରଫରୁ ଖଣି ଅଞ୍ଚଳରେ ଥିବା ଗ୍ରାମର ସ୍କୁଲ ପିଲାମାନଙ୍କ ପାଇଁ ସ୍କୁଲ ବସ ପ୍ରଚଳନର ଶୁଭାରମ୍ଭ କରା ଯାଇଛି। ଖଣି ଅଞ୍ଚଳର ପିଲାମାନେ ଓଡିଶା ଆଦର୍ଶ ବିଦ୍ୟାଳୟ, ବିଦ୍ୟାଧରପୁର ସ୍ଥିତ ବିଭିଏନ ଇଂଲିଶ ମିଡ଼ିଅମ ସ୍କୁଲ, ସରସ୍ବତୀ ଶିଶୁ ମନ୍ଦିର ସୋସୋ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନିଉଦାନୀରେ ପଢ଼ୁଥିବା ବେଳେ ଯାତାୟାତର କୌଣସି ସୁବିଧା ନଥିଲା। ଖଣି କର୍ତ୍ତ୍ତୃପକ୍ଷ ସ୍କୁଲ ଗାଡି ଯୋଗାଇ ଦେଇଥିଲେ ଛାତ୍ରଛାତ୍ରୀ ଙ୍କ ସଂଖ୍ୟା ଅଧିକ ହେବାରୁ ସମସ୍ୟା ସୃଷ୍ଟି ହେବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ଖଣି କର୍ତ୍ତୃପକ୍ଷ ୫୨ସିଟେଡ ବସର ବ୍ୟବସ୍ଥା କରାଇଛନ୍ତି। ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା ଅନୁଷ୍ଠାନିକ ଭାବେ ଏହି ବସ ର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆର ଏମ ଅବନୀକାନ୍ତ ପ୍ରଧାନ, ସିନିୟର ମ୍ୟାନେଜର ବରୁଣ ସିଂ, ସିନିୟର ମ୍ୟାନେଜର ଅମରିଶ ବେହେରା, ସିନିୟର ମ୍ୟାନେଜର ବ୍ରଜ ମୋହନ ମହାନ୍ତି, ପର୍ଶନାଲ ମ୍ୟାନେଜର ପିଙ୍କି ହେମ୍ରମ, ସୁକାନ୍ତ ବିଶ୍ୱାଳ, ମଧୁସ୍ମିତା ଦାସ, ଦୀନବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିବାବେଳେ ଅକ୍ଷୟ କୁମାର ସାହୁ, ପ୍ରଦିପ ସାହୁ, ବାପି ପଢ଼ିଆରି, ସୁକନ ବେହେର, ଅଶୋକ ବେହେର, ଭଗବାନ ମାଝୀ ପ୍ରମୁଖ ଅଭିଭାବକ ମାନେ ଯୋଗଦେଇଥିଲେ।


