ବଂଚୋ ଛକରେ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ ପାଇଁ ଦାବି ଜଣାଇଲେ ଉପାଧ୍ୟକ୍ଷ
ହାଟଡିହି (ଓ୍ବାଇଏନଏସ): ଆନନ୍ଦପୁର ଭଦ୍ରକ ରାସ୍ତାର ବଂଚୋ ଛକରେ ଏକ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ ପାଇଁ ଦାବି ଜଣାଇଛନ୍ତି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ। ତାଙ୍କ ଅଭିଯୋଗ ଅନୁଯାଇ ଏହି ଛକଟି ଉପରେ ବଂଚୋ ଗ୍ରାମର ହଜାର ହଜାର ଲୋକ ନିର୍ଭର କରିଥାନ୍ତି। କଲେଜ ଯିବାକୁ ଛାତ୍ର ଛାତ୍ରୀ ମାନେ ଏଠାରେ ଅପେକ୍ଷା କରି ବସ ରେ ଯିବା ଆସିବା କରିଥାନ୍ତି। ବଂଚୋ, ଭାତକରୁଆ ଗ୍ରାମର ଗ୍ରାମବାସୀ ମାନେ ଦୂର ଦୁରାନ୍ତ କୁ ଯାତାୟାତ ପାଇଁ ଏଠାରେ ବସକୁ ଅପେକ୍ଷା କରିଥାନ୍ତି। ଏନେଇ ଗତ ୨୦୨୩ ମସିହାରେ ଉପାଧ୍ୟକ୍ଷ ତତକାଳୀନ ବିଡ଼ିଓ ଏବଂ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆ ଯାଇଥିଲା। ଏପରିକି ପୁରୁଣା ବିଶ୍ରାମ ଘରଟିକୁ ଭାଙ୍ଗି ପାଇଁ ଏନ ଓ ସି ମଧ୍ୟ ଦିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ପୁରୁଣା ଯାତ୍ରୀ ବିଶ୍ରାମ ଗାର ଭଙ୍ଗା ଗଲାନି କି ନୂତନ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ ହୋଇନି। ଫଳରେ ସ୍ଥାନୀୟ ଲୋକମାନେ ବର୍ଷା ହେଲେ ବିପଦ ସଂକୁଳ ବିଶ୍ରାମ ଗୃହରେ ବାଧ୍ୟ ହୋଇ ଆଶ୍ରୟ ନେଉଛନ୍ତି। ତେଣୁ ତୁରନ୍ତ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ ପାଇଁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଇଛନ୍ତି।