ଦେଶୀ ରନ୍ଧାମଦ ଜବତ, ଦୁଇ ଗିରଫ
ହାଟଡିହି(ଓ୍ବାଇଏନଏସ):କେନ୍ଦୁଝର ଜିଲ୍ଲାର ସୋ ସୋ ଥାନା ଅଞ୍ଚଳରେ ଚୋରାରେ ଚାଲିଥିଲା ଦେଶୀ ମଦ ପ୍ରସ୍ତୁତି। ଆଜି ସକାଳେ ମାଡି ବସିଲା ଅବକାରୀ ବିଭାଗ। ଏଥିରେ ଅନେକ ପରିମାଣ ର ମଦ ଜବଦ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁଯାଇ କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ତେଯରାଜ ଯାନୀଙ୍କ ନିର୍ଦ୍ଦେଶକ୍ରମେ ହାଟଡିହି ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଆଜି ସୋସୋ ଥାନା ଅନ୍ତର୍ଗତ ଢେଙ୍କା, ସଙ୍ଗମ, ବିଦ୍ୟାଧରପୁର ଆଦି ଅଞ୍ଚଳରେ ଚଢ଼ାଉ କରିଥିଲା। ଏଥିରେ ୨୨୦ଲିଟର ଦେଶୀ ମଦ ଓ ୨୫୦୦ ଲିଟର ମହୁଲ ପୋଚ ଜବତ କରିଵା ସହ ଉକ୍ତ ଗ୍ରାମର ସିଂରାୟ ହାଁସଦା ଓ ମାୟାମଝୀ ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ହାଟଡିହି ଅବକାରୀ ବିଭାଗ ପକ୍ଷରୁ ଏନେଇ ୩ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି l ଉକ୍ତ ଚଢ଼ାଉରେ ହାଟଡିହି ଅବକାରୀ ଥାନାର ସହ ଉପ-ନିରୀକ୍ଷକ ସୁଶାନ୍ତ ରାଉତ, କନେଷ୍ଟବଳ ଜଗମୋହନ ବେହେରା, ଆରତୀ ବେହେରା, ସୁରେଶ ବେହେରାଙ୍କ ସହ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।


