ଦେଶୀମଦ, ମହୁଲ ପୋଚ ଜବତ ଓ ୩ ଜଣ ଗିରଫ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଅବକାରୀ ଅଧିକ୍ଷକ ତେଯରାଜ ଯାନୀଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ନନ୍ଦିପଦା ଥାନା ଅଧିନସ୍ଥ ଅଁରା, ପୁରୁଣାପାଣି , ଅନ୍ଧାରି , ମରୈଗାଁ ଅଞ୍ଚଳରେ ଚଢ଼ାଉ କରାଯାଇ ୧୯୦ଲିଟର ଦେଶୀମଦ ଓ ୨୭୦୦ ଲିଟର ମହୁଲ ପୋଚ ଜବତ କରିଵା ସହ ଉକ୍ତ ଗ୍ରାମର ଗଣେଶ ହୋ, ଖଣ୍ଡା ହୋ ଓ ଦୀପକ୍ କୁମାର ସାହୁ ଙ୍କୁ ଗିରଫ କରାଯାଇଛି। ଏନେଇ ୪ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି l ଉକ୍ତ ଚଢ଼ାଉରେ ହାଟଡିହି ଅବକାରୀ ଥାନା ସହ ଉପ-ନିରୀକ୍ଷକ,ଶ୍ରୀ ସୁଶାନ୍ତ ରାଉତ, କନେଷ୍ଟବଳ ଜଗମୋହନ ବେହେରା, ଆରତୀ ବେହେରା, ସୁରେଶ ବେହେରାଙ୍କ ସମେତ କର୍ମଚାରୀମାନେ ସାମିଲ ଥିଲେ ।


