ଜିଲ୍ଲାପାଳଙ୍କ ଦ୍ୱାରା ଡେଷ୍ଟିନ କାଫେ ଉଦ୍ଘାଟିତ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ହଳଦିଡିହ ପେଟ୍ରୋଲପମ୍ପର ଅପରପାଶ୍ୱର୍ରେ ନବନିର୍ମିତ ଡେଷ୍ଟିନ୍ କାଫେ ଓ ରେଷ୍ଟୁରାଣ୍ଟକୁ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର.ଆୟାର ରବିବାର ପୂର୍ବାହ୍ନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆୟାର ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ଡେଷ୍ଟିନ୍ର ମାଲିକଙ୍କୁ ପରାମର୍ଶ ଦେଇଥିଲେ। ଡେଷ୍ଟିନ୍ କାଫେ ଓ ରେଷ୍ଟୁରାଣ୍ଟର ମାଲିକ ସୈାମ୍ୟରଞ୍ଜନ ଦାସ କହିଛନ୍ତି ଯେ ଏଠାରେ ଗ୍ରାହକମାନେ ଉତ୍ତମ ଗୁଣବତ୍ତା ଯୁକ୍ତ ହାଇଜେନିକ ସୁସ୍ୱାଦ ଖାଦ୍ୟ ପାଇବା ସହ କେନ୍ଦ୍ରାପଡା ଜିଲ୍ଲାରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ଯଥା ଭିତରକନିକା ଅଭୟାରଣ୍ୟ, ଡାଙ୍ଗମାଳ, ହୁକିଟୋଲା, ଲାଇଟ ହାଉସ, ଶ୍ରୀବଳଦେବଜୀଉଙ୍କ ଚିତ୍ରପଟ ମଧ୍ୟ ଦେଖିବାକୁ ପାଇପାରିବେ। ଏହି କାଫେକୁ ଅତ୍ୟାଧୁନିକ ଜ୍ଞାନକୈାଶଳ ପ୍ରୟୋଗ କରି ନିର୍ମାଣ କରାଯାଇଛି। ଏହି କାଫେରେ ଅତ୍ୟନ୍ତ ପ୍ରଫେସନାଲ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି। ଯାହାଫଳରେ ସେମାନେ ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେଇପାରିବେ ବୋଲି ଶ୍ରୀ ଦାସ କହିଛନ୍ତି।


