ଦେବଦୀପ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସ୍ଥାନରେ ନିଆରା ଢଙ୍ଗରେ ହୋଲି ଉତ୍ସବ ପାଳିତ
ବାଲେଶ୍ବର(ସରୋଜ ପଣ୍ଡା): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ “ଦେବଦୀପ ଫାଉଣ୍ଡେସନ” ପକ୍ଷରୁ ନିଆରା ହୋଲି ଉତ୍ସବ ପାଳିତ ହୋଇଛି ।ଦୃଷ୍ଟିହୀନ,ମୁକ,ବଧିର,ମାନସିକ ଅନଗ୍ରସର ଏବଂ ଅନାଥ ପିଲାଙ୍କ ମୁହଁରେ ଟିକିଏ ହସ ଫୁଟାଇବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏହି ଅବସରରେ ରାଣୀପାଟଣା ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ଅତିଥି ଭାବେ ପୂର୍ବତନ ବାଲେଶ୍ବର ଉପ ନଗରପାଳ ରଶ୍ମିରେଖା ଦେବ,ଯୁବ ଆଇନଜୀବୀ ତଥା ପୂର୍ବତନ ଜିଲ୍ଲା ବିଜେପି ସମ୍ପାଦକ ଆଶିଷ ଘୋଷ ଏବଂ ଜିଲ୍ଲା ବିଜେପି ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଯୋଗଦେଇ ପିଲାଙ୍କ ସହ ରଙ୍ଗ ଖେଳିଥିଲେ।ସେହିପରି ମସନ ପଡିଆରେ ଥିବା ଭିନ୍ନକ୍ଷମ ବିଦ୍ୟାଳୟରେ ଅତିଥି ଭାବେ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ସଞ୍ଜୀବ ଗିରି,ଜିଲ୍ଲା କଂଗ୍ରେସର ଉପ ସଭାପତି ସରୋଜ ଲେଙ୍କା ଏବଂ ଯୁବ ନେତା ସତ୍ୟ ରଂଜନ ଦାସ ଯୋଗଦେଇ ଅନ୍ତେବାସୀଙ୍କ ସହ ରଙ୍ଗ ଖେଳି ଖୁସି ମନାଇ ଥିଲେ।ସେହିପରି ଉତ୍କଳ ବାଳାଶ୍ରମ ଅନ୍ତେବାସୀଙ୍କ ସହ ନିଆରା ହୋଲି ଉତ୍ସବ ପାଳନ ଅବସରରେ ଅତିଥି ଭାବେ ବିଜେଡିର ବରିଷ୍ଠ ନେତ୍ରୀ ଡ ଲେଖାଶ୍ରୀ ସାମନ୍ତସିଂହାର,ପୂର୍ବତନ ସଦର ବିଧାୟକ ସ୍ବରୂପ ଦାସ,ପୂର୍ବତନ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା,ବରିଷ୍ଠ ବିଜେଡି ନେତା ରଂଜନ ବାଗ,ବିଜେଡିର ଟାଉନ ସଭାପତି ମନୋଜ ରାଉତ,କାଉନସିଲର ମୀନା ମହାନ୍ତି, ସଂଧ୍ୟାରାଣୀ ଜେନା,କାର୍ତିକ ସାହୁ,ସୁନିଆ ମୃମୁ,ଅତୁଲ ଶତପଥୀ, ଦେବାଶିଷ ଦାଶ,ଅଶୋକ ଆଢ୍ୟ ପ୍ରମୁଖ ଯୋଗଦେଇ ବାଳାଶ୍ରମର ଅନ୍ତେବାସୀଙ୍କ ମଧ୍ୟରେ ହୋଲି ଖେଳି ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ଅଧ୍ୟକ୍ଷା ରଶ୍ମିରେଖା ନାୟକ ପରିଚାଳନା କରିଥିଲେ।


