ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା
ଛତ୍ରପୁର (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ସ୍ତରୀୟ ବିକଶିତ ଓଡିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଗୋପାଳପୁର ସ୍ଥିତ ଥିବା ପ୍ରମୋଦ ଲାଣ୍ଡ ଆଣ୍ଡ ରିଶୋର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ପରାମର୍ଶ କର୍ମଶାଳା ରେ ରାଜ୍ୟ ସରକାରଙ୍କ ଆଇନ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ଆଗାମୀ ଦିନରେ ଜିଲ୍ଲାର ଉନ୍ନତି କରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଦେବା ସହ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ବର୍ଗର ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ l ନିର୍ବାଚନ ଜିତି ସରକାର ଗଠନ ପରେ ନିଜର ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପ୍ରକାରେ ସରକାର ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ ସହାୟତା, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ, ଜଗନ୍ନାଥ ଙ୍କ ୪ ଦ୍ୱାର ଖୋଲିବା ଭଳି ବିଭିନ୍ନ ନିଷ୍ପତିକୁ ବିଗତ ଏକ ବର୍ଷ ମଧ୍ୟରେ ପୂରଣ କରାଯାଇଛି। ୨୧ ଟି ସଂକଳ୍ପ ମଧ୍ୟରୁ ୧୧ ଟି ପ୍ରଥମ ବର୍ଷରେ ପରିପୂର୍ଣ କରାଯାଇଛି, ପ୍ରକୃତରେ ସରକାର କଥା ଦେଇ କଥା ରଖିଛନ୍ତି, ୨୦୪୭ ବେଳକୁ ଭାରତ ବର୍ଷରେ ବିକଶିତ ଚେହେରା ପୃଷ୍ପଟିତ ହୋଇପାରିବ, ୨୦୩୬ ବେଳକୁ ଓଡିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ହେବା ସାଙ୍ଗକୁ ଓଡ଼ିଶାର ଅର୍ଥନୀତି କୁ ୫୦୦ ମିଳିୟନ ୟୁଏସ ଡ଼ଲାର ଏବଂ ୨୦୪୭ ବେଳକୁ ୧୫୦୦ ମିଲିଆନ ୟୁଏସ ଡଲାର କରିବା ପାଇଁ ଲକ୍ଷ ରଖାଯାଇଥିବା କହିଥିଲେ, ଏହି ଅବସରରେ ଛତ୍ରପୁର ୟୁରୋ ସ୍କୁଲର ଅଧ୍ୟକ୍ଷ ତଥା ଆଇନଜୀବୀ ରଂଜନ କୁମାର ମହାପାତ୍ର ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ବିକାଶ ଲାଗି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ବି ଇ ଡ଼ି ପାଠ୍ୟକ୍ରମ ଖୋଲାଗଲେ ଛାତ୍ର ଛାତ୍ରୀ ଙ୍କ ବିକାଶ ହୋଇପାରିବ, ସମସ୍ତ ସରକାରୀ ବିଦ୍ୟାଳୟ ମାନଙ୍କରେ ଅଡିଓ ଭିଡିଓ ମାଧ୍ୟମରେ ଶିକ୍ଷାଦାନ ପାଇଁ ପର୍ଯ୍ୟାପ୍ତ ସୁବିଧା କରିବା ସହିତ ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ୱୟଂ ଓ ଦୀକ୍ଷା ନାମକ ୨ ଟି ୱେବ ସାଇଟ ମାଧ୍ୟମରେ ଶିକ୍ଷଦାନ ପଦ୍ଧତି ପର୍ଯ୍ୟାପ୍ତ କରାଗଲେ ଛାତ୍ର ଛାତ୍ରୀଙ୍କ ଶିକ୍ଷା କ୍ଷେତ୍ର ରେ ବିକାଶ ହୋଇପାରିବ ଏବଂ ପ୍ରାଇମେରୀ ସ୍କୁଲ ମାନଙ୍କରେ ଆବାକସ କିମ୍ବା ବେଦିକ ମେଥ ର ଉପଯୋଗ କରାଇପାରିଲେ ଛାତ୍ର ଛାତ୍ରୀ ଙ୍କ ଗାଣିତିକ ଶିକ୍ଷାର ବିକାଶ ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ l ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ, ଏନଜିଓ, ବୃଦ୍ଧିଜୀବୀ, ଆଇନଜୀବୀ, ଶିଳ୍ପ କାରଖାନା ର କର୍ତ୍ତୃପକ୍ଷ, ମତ୍ସ୍ୟଜୀବି ସାମିଲ ହୋଇ ବିକଶିତ ଜିଲ୍ଲା ପାଇଁ ନିଜ ନିଜ ମତ ପ୍ରକାଶ କରିଥିଲେ l ଅନ୍ୟପଟେ କୃଷି, ଶିଳ୍ପ, ଶିକ୍ଷା,ଦାଦନ ଶ୍ରମିକ, ରାସ୍ତାଘାଟ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ବ୍ୟକ୍ତି ବିଶେଷ ଗଣ ମତ ପ୍ରକାଶ କରିଥିଲେ l ଏହି କର୍ମଶାଳା ରେ ଓଡିଶା ସରକାରଙ୍କ ମତ୍ସ୍ୟ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ସାଂସଦ ଅନିତା ଶୁଭ ଦର୍ଶନୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି , ଗଞ୍ଜାମ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ଦୋରା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ବ୍ରହ୍ମପୁର ଏସପି, ଗଞ୍ଜାମ ଜିଲ୍ଲା ପରିଷଦ ସିଡିଓ ମଧୁମିତା ପ୍ରମୁଖ ମଂଚାସୀନ ଥିଲେ l ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରିଣୀ ମଧୁମିତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁଜୁରାଟର ଅହମ୍ମଦାପୁର ପ୍ଲେନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ପରେ ବନ୍ଦେ ଉତ୍କଳ ଜନନୀ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା l