ଉନ୍ନୟନ ପ୍ରକଳ୍ପ ଅଧାପନ୍ତରିଆ ; କନିଷ୍ଠ ଯନ୍ତ୍ରୀଙ୍କ ବଦଳି ପାଇଁ ସରପଞ୍ଚଙ୍କ ଦାବି

ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ  ଆଙ୍କୋରଡା ପଞ୍ଚାୟତରେ ଦୀର୍ଘଦିନ ହେଲା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଅଧା ପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଇଂ. ତୁଷାରକାନ୍ତ ଦାସ ଙ୍କୁ ତୁରନ୍ତ ବଦଳି ପାଇଁ ସରପଞ୍ଚ ରିନା ପ୍ରଧାନ ଦାବୀ କରୁଛନ୍ତି।କନିଷ୍ଠ ଯନ୍ତ୍ରୀ ଙ୍କ ଅପରିଣାମଦର୍ଶି କାର୍ଯ୍ୟ ଓ ଅବହେଳା ରୁ ବିଭିନ୍ନ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ପାଣ୍ଠି ନିର୍ଦ୍ଧାରିତ ସମୟରେ ରେ ବିନିଯୋଗ ହୋଇପାରୁନାହିଁ ବୋଲି ସରପଞ୍ଚ  କହିଛନ୍ତି।  ସୋମବାର  ସରପଞ୍ଚ ପ୍ରତିନିଧି ଶିଶିର ପ୍ରଧାନ ସମେତ ବିଭିନ୍ନ ଗ୍ରାମରୁ ଆସିଥିବା ବହୁ ସଂଖ୍ୟକ ବ୍ୟକ୍ତି କନିଷ୍ଠ ଯନ୍ତ୍ରୀ  ଙ୍କୁ ବ୍ଳକ କାର୍ଯ୍ୟାଳୟ ପରିସରରେ ଘେରିଯାଇ ବିଭିନ୍ନ ପ୍ରଶ୍ନ କରିବା ସହ ଯୁକ୍ତିତର୍କ କରିବା ଦେଖିବାକୁ ମିଳିଥିଲା । କନିଷ୍ଠ ଯନ୍ତ୍ରୀ ଜଣକ ଗତ ୩ ମାସ ହେଲା ବେଗୁନିଆପଡ଼ା ବ୍ଳକରୁ ବଦଳି ହୋଇ ଦିଗପହଣ୍ଡି ବ୍ଳକ ଆଙ୍କୋରଡା ପଞ୍ଚାୟତର ଦାୟିତ୍ୱ ନେଇଥିଲେ । ଦାୟିତ୍ୱ ନେବା ପରଠାରୁ ସେ ପଞ୍ଚାୟତର ଉନ୍ନତି ସକାଶେ କୈାଣସି ପ୍ରକଳ୍ପ କାର୍ଯ୍ୟକୁ ସଠିକ ରୂପେ ସମ୍ପାଦନ କରୁନଥିବା ସରପଞ୍ଚ କହିଛନ୍ତି। ଉତ୍ତେଜିତ ବହୁ ସଂଖ୍ୟକ ପଞ୍ଚାୟତ ଅଧିବାସୀ ଏନେଇ ବିଡ଼ିଓ  ଅନାମିକା ପାଣ୍ଡେ ଙ୍କୁ ତାଙ୍କ ପ୍ରକୋଷ୍ଠ ରେ ସାକ୍ଷାତ କରି ଉକ୍ତ କନିଷ୍ଠ ଯନ୍ତ୍ରୀ ଙ୍କୁ ଅନ୍ଯ ପଞ୍ଚାୟତକୁ ବଦଳି କରାଯାଇ ନୂତନ ଭାବେ ଅନ୍ୟ କୌଣସି କନିଷ୍ଠ ଯନ୍ତ୍ରୀଙ୍କୁ ପଞ୍ଚାୟତ  ଦାୟିତ୍ୱ ଦିଆଯାଉ ବୋଲି ଦାବି କରିଥିବା ଜଣାପଡିଛି। ଏନେଇ କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ବିରୋଧରେ କରାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି କହିଛନ୍ତି।ସରକାରଙ୍କ ନିର୍ଦ୍ଧାରିତ ଗାଇଡ ଲାଇନ ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ କରାଯାଉଥିବା ସେ ଉଲ୍ଲେଖ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ