ବିକାଶ ବାହନ ରଥ ପରିକ୍ରମା

ପୋଲସରା,(ଅନୀଲ କୁମାର ମହାରଣା) : ସରକାରଙ୍କ ଏକ ବର୍ଷର ବିକାଶ କାର୍ଡର ପ୍ରଚାର ପାଇଁ ଜୁନ ୧୫ ତାରିଖ ଦିନ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ଚାରିଗୋଟି ୱାଡରେ ବିକାଶ ବାହନ ରଥ ପରିକ୍ରମା କରିଥିଲା। ପୋଲସରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ତତ୍ତ୍ୱାବଧାନରେ ବିକାଶ ବାହାନ ରଥ ଏନଏସିରେ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରାଙ୍କ ସମେତ କାଉନସିଲର ବୃନ୍ଦ, ଏନଏସି କର୍ମଚାରୀ ବୃନ୍ଦ ଓ ଜନସାଧାରଣ ଯୋଗଦେଇଥିଲେ। ପ୍ରତ୍ୟେକ ୱାଡରେ ମହିଳାମାନେ ପୁର୍ଣ୍ଣକୁମ୍ଭ ବାଢି, ହୁଳହୁଳି ଦେଇ ବନ୍ଦାପନା କରି ବିକାଶ ବାହନ ରଥକୁ ସ୍ୱାଗତ କରିଥିଲେ। ଏହି ଅବସରରେ ସରକାରଙ୍କ ବିଭିନ୍ନ ବିକାଶ କାର୍ଯ୍ୟ ଓ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ