ସିଙ୍ଗାରି ଗ୍ରାମ ପଂଚାୟତ ଠାରେ ବିକାଶ ବାହନ ରଥ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ) ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସିଙ୍ଗାରି ଗ୍ରାମ ପଂଚାୟତ ଠାର ବିକାଶ ବାହନ ଗାଡ଼ିକୁ ଭବ୍ୟ ସ୍ବାଗତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଏକ ବିଶେଷ ସଭା ଅନୁଷ୍ଠିତ ହେଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ କଲ୍ୟାଣସିଂହପୁର ବ୍ଳକ ଅଧ୍ୟକ୍ଷା ଅମ୍ରିତା କାଡ୍ରାକା ସମ୍ମାନିତ ଅତିଥି ଭାବେ ସରପଂଚ ନାଲା ପ୍ରେପାକା  ନୋଡାଲ ଅଫିସର ଭାବେ କନିଷ୍ଠ ଯନ୍ତ୍ରୀ ଶିବ ଶଙ୍କର ହେମରମ୍ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ କାମାକ୍ଷୀ ପ୍ରସାଦ ନେମାଲପୁରି ସଭା ପରିଚାଳନା କରିଥିଲେ ଏଥିରେ ୧୫ ଜଣକୁ ଜଙ୍ଗଲ ଜମି ପଟ୍ଟା ବଂଟନ କରା ଯାଇଥିବା ବେଳେ ଦୁଇ ଜଣକୁ ରେସନ କାର୍ଡ, ତିନି ଜଣକୁ ୩୫୦୦ ଟଙ୍କା ଭତ୍ତା ଅନ୍ତର୍ଭୁକ୍ତ କରାଯାଇଥିଲା, ୬ ଜଣକୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ୍ କରାଯାଇଥିଲା । ବ୍ଳକ କଳା ସଂସ୍କୃତି ସଙ୍ଘ ର କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ସରକାରଙ୍କ ହୁମୂଖୀ ଯୋଜନା ଗୁ ଡି କ ବିଷୟରେ ଜନସଚେତନତା ସୃଷ୍ଟି କରାଯିବା ସହ ବୃକ୍ଷରୋପଣ ହୋଇଥିଲା । ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ନିଜ ନିଜ ବିଭାଗର ଜନ କଲ୍ୟାଣ ଯୋଜନା ବିଷୟରେ ବୁଝେଇ କହିଥିଲେ । ଥିରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଏମ୍ବିକେ ଏସଏଚଜି ମହିଳା ମାନେ ଯୋଗଦେଇ ଥିଲେ।ଯୋଗାଣ ସାହାୟକ ଦାମୋଦର କୁରୁଡିଆ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ