ପାରଳା ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ବଢ଼ି ଚାଲିଛି ଭକ୍ତଙ୍କ ସହାୟତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଚାଲୁ ରହିଛି. ଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହାୟତାର ହାତ ଦିନକୁ ଦିନ ବଢ଼ି ଚାଲିଛି. ପାରଳାଖେମୁଣ୍ଡି ସହରର ବି ଏନ ପ୍ୟାଲେସ ରୋଡ଼ରେ ରହୁଥିବା ଗୋପାଳ ନାୟକ 1 ଲକ୍ଷ ଟଙ୍କା ନୂତନ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରିଥିବାବେଳେ ପାରଳାଖେମୁଣ୍ଡି ବକ୍ସି ସାହିର ବିଜୟ କୁମାର ପାତ୍ର 10 ହଜାର ଟଙ୍କା ଏବଂ ପାରଳା ସହରର ମକାତୋଟାମ୍ମା ଠାକୁରାଣୀ ମନ୍ଦିର ରୋଡ଼ରେ ରହୁଥିବା ବିଶ୍ୱେସ୍ୱର ରେଡ୍ଡୀ  10 ହଜାର ଟଙ୍କା ପ୍ରଦାନ କରି ନୂତନ ମନ୍ଦିର ନିର୍ମାଣ ପାଇଁ ସହଭାଗିତା ହୋଇପାରିଛନ୍ତି. ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ପାଇଁ ନିଜ ନିଜକୁ ସାମିଲ କରି ସହାଭାଗିତା ହୋଇଥିବା ଏହି 3 ଜଣଙ୍କୁ ମନ୍ଦିର ନିର୍ମାଣ କମିଟି ତରଫରୁ ଦୁର୍ଗା ମାଧବ ପାଣିଗ୍ରାହୀ, ଶିଶିର କୁମାର ପଣ୍ଡା ପ୍ରମୁଖ ସାଧୁବାଦ ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ