ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ରାସ୍ତା ଖୋଲିଲେ ଡିଜିପି :ଆତ୍ମସମର୍ପଣ ପରେ ଥଇଥାନ ପାଇଁ ଆଶ୍ୱାସନା ଓ ପ୍ରତିଶ୍ରୁତି
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ଦେଶରେ ନକ୍ସଲ ସଙ୍ଘଠନ ମୁକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲମୁକ୍ତ ଭାରତ ଆଡ଼କୁ ଗତି କରୁଛି ଦେଶ। ବାମପନ୍ଥୀ ଉଗ୍ରବାଦ ବିରୁଦ୍ଧରେ କେନ୍ଦ୍ର ସରକାରଙ୍କ ନିର୍ଣ୍ଣାୟକ ପ୍ରତିରକ୍ଷା ରଣନୀତିକୁ ପ୍ରତିଫଳିତ କରି, ସାରା ଦେଶରେ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି। ଏହି କ୍ରମରେ ନକ୍ସଲ- ପ୍ରଭାବିତ ଜିଲ୍ଲାଗୁଡ଼ିକୁ ସୁରକ୍ଷା ସମନ୍ୱୟର ସ୍ପଷ୍ଟ ନୀତି ଉପରେ କାର୍ଯ୍ୟ କରି, ସରକାର ମାର୍ଚ୍ଚ ୨୦୨୬ ସୁଦ୍ଧା ପ୍ରତ୍ୟେକ ନକ୍ସଲ ପ୍ରଭାବିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ କରିବା ପାଇଁ ଦୃଢ଼ ଲକ୍ଷ୍ୟ ରଖିଛନ୍ତି। ଆଜି ଓଡିଶା ପୁଲିସ ଡିଜିପି ୟୋଗେଶ ବାହାଦୁର ଖୁରାନିଆ ଏକ ଓଡ଼ିଅ ବାର୍ତ୍ତା ଜାରିକରି ମାଓବାଦୀଙ୍କୁ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପାଇଁ ରାସ୍ତା ଖୋଲି ଦେଇଛନ୍ତି। ସେଥିପାଇଁ ଓଡିଶା ପୁଲିସ ମୁଖ୍ୟ ଡିଜିପି ଏକ ଅଡିଓ ବାର୍ତ୍ତା ରେ ଏହି ୯୪୩୭୬୪୩୮୩୯ ଫୋନ୍ ନମ୍ବର ଜାରିକରି ମାଓ ସଂଘଠନ କୁ ସିଧା ଏହି ନମ୍ବରରେ ସମ୍ପର୍କ କରି ହିଂସା ରାସ୍ତା ଛାଡି ଆତ୍ମସମର୍ପଣ ପାଇଁ ନିବେଦନ ଲାରିଛନ୍ତି। ଏଠାରେ ପ୍ରକାଶ ଯେ, ପୂର୍ବରୁ ଓଡିଶା ସୁରକ୍ଷା କର୍ମୀଙ୍କ ଗୁଳିରେ ଓଡ଼ିଶାରେ ଅନେକ ନକ୍ସଲ ନେତା ମୃତ୍ୟୁବରଣ କରିଥିବା ବେଳେ ବହୁ ସଂଖ୍ୟାରେ ଓଡିଶା ପୁଲିସ ଆଗରେ ଆତ୍ମସମର୍ପଣ ରାସ୍ତା ବାଛି ନେଇଛନ୍ତି। ଯେହେତୁ ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓ ମୁକ୍ତ ପାଇଁ ସରକାରଙ୍କ ପକ୍ଷରୁ ଏକ ଡେଡ଼ ଲାଇନ ଜାରିକରାଯାଇଛି। ତେଣୁ ବହୁ ଜିଲ୍ଲାରେ ମାଓବାଦୀ ସଙ୍ଘଠନ ବହୁ ମାତ୍ରାରେ ଆତ୍ମସମର୍ପଣ କରୁଛନ୍ତି। ଏଠାରେ ସୂଚନା ଅନୁଯାୟୀ, ବର୍ତମାନ ରାୟଗଡା ଜିଲ୍ଲାରେ ବଂଶଧାରା ଘୁମୁସର ନାଗାବଳୀ (ବାଘୁନା) ଡିଭିଜନ କାର୍ଯ୍ୟ କର ବାଘୁନା ଡିଭିଜନ ସଂଗଠନ ନିଖିଲ ଏବଂ ଇନ୍ଦୁଙ୍କ ନେତୃତ୍ବରେ ଚାଲୁରହିଛି। ଓଡିଶାରେ କାର୍ଯ୍ୟକରୁଥିବା ବିଭିନ୍ନ ନକ୍ସଲ ସଂଗଠନ ସୁରକ୍ଷା ବାହିନୀର ଅପରେସନରେ ଧ୍ବସ୍ତ ହେବାକୁ ଲାଗିଥିବା ବେଳେ କିନ୍ତୁ ବାଘୁନା ଡିଭିଜନ ସଂଗଠନ ବିଶେଷ କିଛି ପ୍ରଭାବିତ ହୋଇପାରିନି। ଏହି ସଂଗଠନରେ ଏବେବି ୨୫ରୁ ୩୦ ନକ୍ସଲ କାର୍ଯ୍ୟ କରୁଛନ୍ତି। ଏଥିରେ ଛତିଶଗଡ ଏବଂ ଆନ୍ଧ୍ର ପ୍ରଦେଶର କିଛି ନକ୍ସଲ ରହି ନିଖିଲଙ୍କ ନେତୃତ୍ବରେ କାର୍ଯ୍ୟ କରୁଛନ୍ତି। ଅପରପକ୍ଷରେ ରାଜ୍ୟ ସରକାରଙ୍କ ଗୋଇନ୍ଦା ଏବଂ କେନ୍ଦ୍ର ସରକାରଙ୍କ ଗୋଇନ୍ଦା ବିଭାଗର କର୍ମକର୍ତ୍ତା ବାଘୁନା ଡିଭିଜନର ନକ୍ସଲ ମାନେ ଆତ୍ମସମର୍ପଣ କରି ସରକାରୀ ସହାୟତା ନିଅନ୍ତୁ ବୋଲି ବିଭିନ୍ନ ମାଧ୍ୟମରେ ଖବର ପ୍ରଚାର କରୁଛନ୍ତି।ଗତ କାଲି ଓଡିଶା ଓ ଓଡ଼ିଆ ମାଓ ଦମ୍ପତି ଚାରଟି ପ୍ରସ୍ତାବ ସରକାରଙ୍କ ନିକଟରେ ରଖିଛନ୍ତି। ଟପ ମାଓ ଦମ୍ପତି ପ୍ରେସ ବାର୍ତ୍ତା ମାଧ୍ୟମରେ ଆତ୍ମ ସମର୍ପଣ କରିବା ଲାଗି ମନ ବିଳାଇ ଛନ୍ତି ବୋଲି ଉକ୍ତ ଚିଠିରେ ଉଲେଖ ରହିଥିଲା। ପୋଲିସ ଉଭୟଙ୍କୁ କେମିତି ଆତ୍ମ ଦମର୍ପଣ କରିବା ପାଇଁ ଯୋଜନା ମାନ କରୁଥିବା ବେଳେ ଅନେକ ଇଣ୍ଟେଲିଜେଣ୍ଟ ସଂସ୍ଥା ମଧ୍ୟ୍ୟ ଲାଗି ପଡିଛନ୍ତି। କାହାର ମଧ୍ୟସ୍ଥିରେ କଉଁଡାଉନ ଆରମ୍ଭ ହୋଇ ଯାଇଛି।


