ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ପ୍ରତିଭା ସମ୍ମାନ ମହୋତ୍ସବ

କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ): ବସୁପୁର ଚଉଦକୁଲାଟ ସ୍ଥିତ ମା’ ବାସନ୍ତୀଦେବୀଙ୍କ ପାର୍ବଣ ଅବସରରେ ଓଡିଶାର ପ୍ରତିଷ୍ଠିତ ପୂଜ୍ୟ ପୂଜାର ଅଗ୍ରଗାମୀ ଟ୍ରଷ୍ଟ, ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ୨୧ତମ ପ୍ରତିଭା ସମ୍ମାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଟ୍ରଷ୍ଟର ସଂପାଦକ ସୁବାଶ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଅଧ୍ୟାପକ ଅଜୟ କୁମାର ସାମଲ, ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ର ସହସଂପାଦକ ସତିକାନ୍ତ ନାଥ ଯୋଗ ଦେଇଥିଲେ । ଅନ୍ୟତମ ଅତିଥିଭାବେ କେନ୍ଦ୍ରାପଡା ଜିଲ୍ଲା ପରିଷଦର ପୂର୍ବତନ ସଭାପତି ମାନସ ପରିଡା ଯୋଗଦେଇଥିଲେ। ମୁଖ୍ୟଅତିଥି ଏବଂ ମୁଖ୍ୟବକ୍ତା ଧନୁର୍ଜୟ ବିଶ୍ୱାଳ ଟ୍ରଷ୍ଟର ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମର ଶତପ୍ରଶଂସା କରି କେନ୍ଦ୍ରାପଡା ଜିଲ୍ଲାର ପ୍ରଗତିରେ ଟ୍ରଷ୍ଟର ଭୂମିକାକୁ ଏକ ମଡେଲ ଭାବେ ଗ୍ରହଣ କରିବାକୁ କହିଥିଲେ । ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ବିଶିଷ୍ଟ ସମାଜସେବୀ ଇଂ ଭଗବାନ ବିଶ୍ୱାଳ ଅତି ବିନମ୍ର ଭାବେ କେନ୍ଦ୍ରାପଡାର ବରପୁତ୍ର ମାନଙ୍କୁ ଭକ୍ତିଭରା ଶୁଭେଚ୍ଛା ଜଣାଇ ଟ୍ରଷ୍ଟରେ ବିଭିନ୍ନ ଜନହିତ କର କାର୍ଯ୍ୟ ଓ ସମାଜ ସେବା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ମହୋତ୍ସବରେ କେନ୍ଦ୍ରାପଡାର ବିକାଶ, କଳା ଓ ସଂସ୍କୃତି, ସମାଜ ସେବା, ଶିକ୍ଷା, ଜାତୀୟ ଓ ଆର୍ନ୍ତଜାତୀୟ ବୈଜ୍ଞାନିକ ଏବଂ ସାହିତ୍ୟ କ୍ଷେତ୍ରରେ ଅତ୍ୟନ୍ତ ପାରଦର୍ଶୀତା ହାସଲକରିଥିବା କେନ୍ଦ୍ରାପଡା ଜିଲ୍ଲାର ପତ୍ରିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା । ସେଥି ମଧ୍ୟରୁ କଟକର ମେୟର ପୂର୍ବତନ ରାଜ୍ୟସଭା ସାଂସଦ ସୁବାଷ ସିଂହଙ୍କୁ “କେନ୍ଦ୍ରାପଡା ଭୂମିପୁତ୍ର ସମ୍ମାନ -୨୦୨୬”ରେ ସମ୍ମାନିତ କରାଯାଇଥିଲା । “ବସୁନ୍ଧରା”ସାମାଜିକ ଅନୁଷ୍ଠାନର ସଂପାଦିକା ଶୈଳ ବେହେରାଙ୍କୁ “କେନ୍ଦ୍ରାପଡା ସେବା ରତ୍ନ ସମ୍ମାନ”,ପୂର୍ବତନ କୂଳପତି ତଥା ରେଜିଷ୍ଟାର ପ୍ରଫେସର ଦେବେନ୍ଦ୍ର ନାଥ ଜେନାଙ୍କୁ ଟ୍ରଷ୍ଟର ସର୍ବୋଚ୍ଚ ସମ୍ମାନ “କେନ୍ଦ୍ରାପଡା ରତ୍ନ ସମ୍ମାନ”, କେନ୍ଦ୍ରାପଡା ଗୈାରବ ସମ୍ମାନରେ କୃଷିବିଜ୍ଞାନୀ ଓ ସୁସାହିତିକ ନଟବର ଖୁଣ୍ଟିଆ, ବିଶିଷ୍ଠ ଅନ୍ତଜାତୀୟ କୃଷିବିଜ୍ଞାନୀ ପ୍ରଫେସର କ୍ଷୀରୋଦ କୁମାର ଜେନା, ସାହିତ୍ୟ ସମୀକ୍ଷା ଏବଂ କେନ୍ଦ୍ରାପଡାର ସଂସ୍କୃତି ଗବେଷଣା ନିମନ୍ତେ ବିଶିଷ୍ଠ ସାହିତିକ ଡ. ସର୍ବେଶ୍ୱର ସେଣଙ୍କୁ “କେନ୍ଦ୍ରାପଡା ସାହିତ୍ୟ ସରସ୍ୱତୀ ସମ୍ମାନ-୨୦୨୬” ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ବସପୁର ଗ୍ରାମର ବିଦୁଭୂଷଣ ବିଶ୍ୱାଳ, ଗିରିଶ ଚନ୍ଦ୍ର ବିଶ୍ୱାଳ, ପ୍ରମୋଦ ବିଶ୍ୱାଳ, ଅଶୋକ ବିଶ୍ୱାଳ, ପରିକ୍ଷିତ ସାମଲ, ସଂଜୟ କୁମାର ଜେନା, ଜ୍ୟୋର୍ତମୟ ଦାସ ପ୍ରଭୁତି ଉପରୋକ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ । ସର୍ବ ଶେଷରେ ଟ୍ରଷ୍ଟର ସଦସ୍ୟ କେଶବ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଡ. ହିମାଂଶୁ ଭୂଷଣ ପରିଡା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ