ମଧ୍ୟରାତ୍ରରେ ଗଜପତିରେ ପୁଣି ଧଶିଲା ପାହାଡ: ୫ ଗ୍ରାମକୁ ଯୋଗାଯୋଗ ବିଛିନ୍ନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗତ ମଧ୍ୟ ରାତ୍ରରେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ପୁଣି ଏକ ପାହାଡ଼ ଧସି ପଡିଛି. ସମ୍ପୃକ୍ତ ଅଞ୍ଚଳବାସୀ ବାରମ୍ବାର ପାହାଡ଼ ଧସୁଥିବା ନେଇ ଆତଙ୍କିତ ହୋଇ ପଡିଛନ୍ତି. ଏନେଇ 5 ଗୋଟି ଗ୍ରାମକୁ ଯୋଗାଯୋଗ ସପୂର୍ଣ ବିଛିର୍ନ ହୋଇପଡିଛି. ଘଟଣାରୁ ପ୍ରକାଶ, ଗୁରୁବାର ମଧ୍ୟରାତ୍ରରେ ଗଜପତି ଜିଲ୍ଲା ମୋହନା ବ୍ଲକ୍ ବାଲିବାଡ ଗ୍ରାମର ଘାଟି ରାସ୍ତାରେ ପୁଣି ପାହାଡ଼ରୁ ମାଟି ଅତଡ଼ା ଖସି ସମ୍ପୂର୍ଣ୍ଣ ଭାବେ ରାସ୍ତା ଅବରୋଧ ହୋଇଯାଇଛି. ଏତେ ଜୋରରେ ପାହାଡ଼ ଧସି ପଡିଛି ଯେ ପ୍ରଚୁର ପାହାଡିଆ ମାଟି ଓ ପଥର ଖଣ୍ଡ ପଡି ୫ ଖଣ୍ଡ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଅଞ୍ଚଳବାସୀଙ୍କ ଜୀବନ ଯାତ୍ରା ସମ୍ପୂର୍ଣ ଭାବେ ବ୍ୟାହତ ହୋଇଛି. ଗତକାଲି ଗୁରୁବାର ସକାଳେ ଏହି ଅଞ୍ଚଳରୁ କିଛି ଦୂରରେ ମାଟି ଅତଡ଼ା ଖସିବା ପରେ ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ମାଟି ଅତଡ଼ା ହଟାଇ ଯାତାୟତ ସ୍ବାଭାବିକ  କରାଯାଇଥିଲା l ପୁଣି ମଧ୍ୟ ରାତ୍ରରେ ପାହାଡ଼ ଧସି ମାଟି ଅତଡା ସହ ପାହାଡ଼ରୁ ବହୁ ପରିମାଣରେ ପଥର ଖସି ପଡିବା ଯୋଗୁଁ ରାସ୍ତା ଅବରୋଧ ହୋଇଛି. ଖବର ଲେଖିବା ସୁଦ୍ଧା ରାସ୍ତା ଅବରୋଧ ସେପରି ରହିଛି. ହେଲେ ମୋନ୍ଥା ବାତ୍ୟା ଶେଷ ହେବା ପରେ ମଧ୍ୟ ବାରମ୍ବାର ପାହାଡ଼ ଧସୁ ଥିବା ଯୋଗୁଁ ଅଞ୍ଚଳବାସୀ ନିଜ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ