ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଡାଏଲେସିସ୍‍ ସେବା: କିଡନୀ ରୋଗାକ୍ରାନ୍ତଙ୍କ ମୁହଁରେ ଫୁଟାଉଛି ହସ

ଆସିକା  (ୱାଇଏନ୍‍ଏସ୍‍) : କିଡନୀ ବା ବୃକକ୍‍କୁ ସୁସ୍ଥ ରଖିବା ପାଇଁ ସଚେତନତା ସୃଷ୍ଟି ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରବାରରେ ବିଶ୍ୱ କିଡନୀ ଦିବସ ରୂପେ ପାଳନ କରାଯାଇଆସୁଛି । ଜୀବନଶୈଳୀରେ ଦ୍ରୁତ ପରିବର୍ତ୍ତନ ଏବଂ ଅନିୟନ୍ତ୍ରିତ ମଧୁମେହ ଓ ଉଚ୍ଚ ରକ୍ତଚାପ ସାଙ୍ଗକୁ ଅତ୍ୟଧିକ କେମିକାଲ୍‍ ମିଶ୍ରିତ ଖାଦ୍ୟ ଖାଇବା ସମେତ ଅନ୍ୟାନ୍ୟ କେତେକ କାରଣରୁ କିଡନୀ ରୋଗାକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆସିକା ସମେତ ଶେରଗଡ, ଧରାକୋଟ, ଗୋବରା ତଥା ଏହାର ଆଖପାଖ ଅଞ୍ଚଳରେ ବହୁ ରୋଗାକ୍ରାନ୍ତ ରୋଗୀ ଡାଏଲେସିସ୍‍ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ କୋଲକତା ସ୍ଥିତ ଏସ୍‍କାଗ୍‍ ସଂଜିବନୀ ପ୍ରାଇଭେଟ୍‍ ଲିମିଟେଡର ମିଳିତ ସହଭାଗିତାରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଗତ ୨୦୨୫ ମସିହା ଜାନୁୟାରୀ ମାସ ୨୬ ତାରିଖରେ ଲୋକାର୍ପିତ ହୋଇଥିବା ୪ ଶଯ୍ୟା ବିଶିଷ୍ଟ ଡାଏଲେସିସ୍‍ ସେବା କିଡନୀ ରୋଗାକ୍ରାନ୍ତଙ୍କ ପାଇଁ ସୁରକ୍ଷା କବଚ ଓ ବରଦାନ ସାଜିଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ କିଡନୀ ରୋଗାକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଆସୁଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ କୋଲକତାର ଏସ୍‍କାଗ୍‍ ସଂଜିବନୀ ପ୍ରାଇଭେଟ୍‍ ଲିମିଟେଡର ମିଳିତ ସହଭାଗିତାରେ ପିପିପି ମୋଡରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ୨୦୨୫ ମସିହାରେ ଖୋଲିଥିବା ଡାଏଲେସିସ୍‍ ସେବା କେନ୍ଦ୍ରରେ ବର୍ତ୍ତମାନ ୪୪ ଜଣ କିଡନୀ ରୋଗାକ୍ରାନ୍ତ ଚିକିତ୍ସିତ ହେଉଥିବା ଜଣାପଡିଛି । ୪ ଶଯ୍ୟା ବିଶିଷ୍ଟ ଆସିକା ଉପଖଣ୍ଡ ଚିକିତ୍ସାଳୟର ଡାଏଲେସିସ୍‍ ସେବାରେ ୪ଟି ଅତ୍ୟାଧୁନିକ ସୁବିଧା ଥିବା ମେସିନ୍‍ ଲଗାଯାଇଥିଲା ବେଳେ ପୂର୍ବାହ୍ନ ୭ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ କିଡନୀ ରୋଗାକ୍ରାନ୍ତଙ୍କୁ ଉନ୍ନତମାନର ଚିକିତ୍ସା ସେବା ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଯୋଗାଇ ଦେଉଥିବା ଜଣାପଡିଛି । କିଡନୀ ରୋଗାକ୍ରାନ୍ତମାନେ ଯେପରି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଉନ୍ନତ ମାନର ଡାଏଲେସିସ୍‍ ଜନିତ ସ୍ୱାସ୍ଥ୍ୟସେବା ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ମେଡିକାଲ୍‍ ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର) ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ, ଆସିକା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଦୀପକ କୁମାର ରାଉତ, ହସପିଟାଲ୍‍ ପରିଚାଳକ ବିଶ୍ୱଜିତ୍‍ ପ୍ରଧାନ, ଏସ୍‍କାଗ୍‍ ସଂଜିବନୀ ପ୍ରାଇଭେଟ୍‍ ଲିମିଟେଡ୍‍ କୋଲକତାର ମୁଖ୍ୟ ରୋହିତ୍‍ ଗିରି ଡାଏଲେସିସ୍‍ କେନ୍ଦ୍ରର ଟେକନିସିଆନ୍‍ ଶୁଭମ୍‍ ତାମିଲ. ରୋଜାଲିନ୍‍ ସ୍ୱାଇଁଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ