ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଡ଼.ଶଙ୍କର ନାରାୟଣ ବେଜ ଶନିବାର ଚାକିରି ରୁ ଅବସର ଗ୍ରହଣ କରିଛନ୍ତି। ଶନିବାର ଏଥି ଉପଲକ୍ଷେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟରେ ଆୟୋଜିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ  ସହ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ ସଭାପତିତ୍ୱ କରିଥିଲେ।ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଇ. ଗଣେଶ ପାତ୍ର, ଏନପିଏସ୍ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର କୁମାର ଗୌଡ଼, ସହ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ, ରସାନନ୍ଦ ଘଡେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।  ଅବସରପ୍ରାପ୍ତ ଶିକ୍ଷାଧିକାରୀ ଙ୍କ  ପ୍ରଶାସନିକ ଦକ୍ଷତା,  ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ଙ୍କ ପ୍ରତି ତାଙ୍କ ଉତ୍ତମ ବ୍ୟବହାର ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିବା ସହ ତାଙ୍କ ଭବିଷ୍ୟତ ଚଲାପଥ କୁସୁମିତ ହେବାକୁ କାମନା କରିଥିଲେ। ସେହିପରି ଦିଗପହଣ୍ଡି ବ୍ଲକ ଉତ୍ତା ଅନଙ୍ଗପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିବରାମ ପ୍ରଧାନ, କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଇନାଥ ନାୟକ ଏବଂ ପେଣ୍ଡୁରାବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିରଞ୍ଜନ ଡାକୁଆଙ୍କୁ ସଭାରେ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଭାରେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ, ଶିକ୍ଷକ ବସନ୍ତ କୁମାର ପାଣି, ଲକ୍ଷ୍ମଣ ସାହୁ, ପର୍ଶୁରାମ ବେହେରା, ଗଣେଶ ସାହୁ, ସନ୍ତୋଷ ସାହୁ,ସତ୍ୟ ନାରାୟଣ ଦୋରା, ବିଜୟ କୁମାର ପ୍ରଧାନ,ସିମାଦ୍ରି ପାତ୍ର, ଶିବରାମ ପ୍ରଧାନ, ସୁଧାଂଶୁ ଶେଖର ପଣ୍ଡା, ଅମୂଲ୍ୟ ସେଠୀ ପ୍ରମୁଖ ବହୁ ସଂଖ୍ୟକ ଶିକ୍ଷୟିତ୍ରୀ ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ