ଦିଗପହଣ୍ଡି କ୍ଳଷ୍ଟର ସ୍ତରୀୟ ଶିକ୍ଷା ସଭା ଅନୁଷ୍ଠିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):  ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମଧୁବିଦ୍ଯା ବିଦ୍ୟାଳୟ ପରିସରରେ ସୋମବାର କ୍ଳଷ୍ଟର ସ୍ତରୀୟ ଆସ ସ୍କୁଲ ଯିବା ଅଭିଯାନ ସମ୍ପର୍କିତ ଶିକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି । ଏନ୍ ଏସି କ୍ଳଷ୍ଟର ସିଆରସିସି ଅନୀଲ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ସଭାକାର୍ଯ୍ୟ ରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଅଧାରୁ ଛାଡି ଦେଇଥିବା ପିଲାମାନେ ପୁଣିଥରେ ବିଭିନ୍ନ ସ୍କୁଲ ରେ ପାଠ ପଢିପାରିବେ। ସେମାନଙ୍କୁ ଶିକ୍ଷା  ସ୍ରୋତରେ ସାମିଲ କରି ନିପୁଣ ଓଡ଼ିଶାର ସମସ୍ତ ଲକ୍ଷ୍ୟ କିପରି ବିଦ୍ୟାଳୟ ସ୍ତରରେ ଶତ ପ୍ରତିଶତ ହେଇପାରିବ  ସେ ନେଇ ପରାମର୍ଶ ଦେଇଥିଲେ । ପ୍ରଧାନଶିକ୍ଷୟତ୍ରୀ ଭାଗ୍ଯଲକ୍ଷ୍ମୀ ପାଣିଗ୍ରାହୀ , ବଡଖେମୁଣ୍ଡି ହାଇସ୍କୁଲ ପରିଚାଳନା କମିଟି ସଭାପତି ଉଦୟନାଥ ସାମନ୍ତ , କବିସୂର୍ଯ୍ୟ ବିଦ୍ୟାଳୟ କମିଟି ସଭାପତି ତାରାପ୍ରସାଦ ପଟ୍ଟନାୟକ , ସ୍ଥାନୀୟ ବିଦ୍ୟାଳୟ କମିଟି ସଭାପତି ଗୈାର ଚନ୍ଦ୍ର ପଟ୍ଟନାୟକ,କାଉନସିଲର ପ୍ରତିନିଧି ରମେଶ ଚନ୍ଦ୍ର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ । ପୂର୍ବତନ ସିଆରସିସି ତଥା ସହକାରୀ ଶିକ୍ଷକ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ବହୁ ସଂଖ୍ୟକ ପ୍ରଧାନଶିକ୍ଷକ,ପ୍ରଧାନ ଶିକ୍ଷୟତ୍ରୀ , ଅଭିଭାବକ ବୃନ୍ଦ  ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ