ଦିଗପହଣ୍ଡି ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):  ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ନୋଡାଲ ହାଇସ୍କୁଲ ଖେଳ ପଡିଆ ରେ ଚାଲିଥିବା  ଦିଗପହଣ୍ଡି ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି । ପଦ୍ମନାଭପୁର ପଞ୍ଚାୟତ ସରପଞ୍ଚ ବି.ସନ୍ଧ୍ୟା ରାଣୀ ସୁବୁଦ୍ଧି ମୁଖ୍ୟଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ସହଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳା ମାଝୀ , ରସାନନ୍ଦ ଘଡେଇ, ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟୁତ ଲତା ମହାରଣା, ସହକାରୀ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା,କ୍ରୀଡା ଶିକ୍ଷକ ଏମ.ଗୌରାଙ୍ଗ, ଏମ. ଶୁକୃ ରେଡ୍ଡୀ, ସିମାଞ୍ଚଳ ପାଢ଼ୀ, ମିଲନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଗୁରୁବାର ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଦିଗପହଣ୍ଡି ବିଡ଼ିଓ ଅନାମିକା ପାଣ୍ଡେ ମୁଖ୍ୟ ଅତିଥି , ଖେମୁଣ୍ଡି ଓକିଲ ସଂଘର ପ୍ରାକ୍ତନ ସଭାପତି ହରପ୍ରସାଦ ରଥ , ଜିଲା ପରିଷଦ ସଦସ୍ୟା ସଞ୍ଜୁକ୍ତା କବି , ସହଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ  , ଭୀଷ୍ମଗିରି ପିଏମ୍ ଶ୍ରୀ ହାଇସ୍କୁଲ ପ୍ରଧାନଶିକ୍ଷକ ମନୋଜ କୁମାର ନାୟକ , ପଦ୍ମନାଭପୁର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କବିତା ବେହେରା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମେଶ ପାତ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ। ବ୍ଳକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା  ଛାତ୍ରୀ ଛାତ୍ରଙ୍କୁ ଶାନ୍ତି ଶୃଙ୍ଖଳା ସହ ଶ୍ରେଷ୍ଠ ଖେଳ ପ୍ରଦର୍ଶିତ କରିବା ପାଇଁଁ ଅତିଥିବୃନ୍ଦ ପରାମର୍ଶ ଦେଇଥିଲେ । ୫ ଶହ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଛାତ୍ର ଖୋ-ଖୋ ଏବଂ କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅପରାହ୍ନରେ  ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରେଷ୍ଠ ଖେଳ ପ୍ରଦର୍ଶିତ କରିଥିବା  ଛାତ୍ରୀ ଛାତ୍ରଙ୍କୁ ପୁରସ୍କାର ବିତରଣ କରିଥିଲେ । ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ସଂଯୋଜନାରେ ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ ବ୍ଲକ ସଭାପତି ରାଜେନ୍ଦ୍ର ଗୈାଡ ମଞ୍ଚ ପରିଚାଳନା କରିଥିଲେ । ସେହିପରି କ୍ରୀଡା ଶିକ୍ଷକ ଏମ୍. ଗୈାରାଙ୍ଗଙ୍କ ନେତୃତ୍ୱରେ  ଶୁକୁରୁ ରେଡ୍ଡୀ, ମିଲନ ବେହେରା,କୈଳାସ ରେଡ୍ଡୀ,ବାପୁନ୍ ରେଡ୍ଡୀ,ନଳିନୀ କାନ୍ତ ପଟ୍ଟନାୟକ, ଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା  ଶିକ୍ଷୟିତ୍ରୀ ଶିକ୍ଷକ , ସମସ୍ତ ସିଆରସିସି  ଙ୍କ ସମେତ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଇ. ଗଣେଶ ପାତ୍ର , ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ  କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ