ଦିଗପହଣ୍ଡି ଏନଏସିର ସାଧାରଣ ଅଧିବେଶନ

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ଦିଗପହଣ୍ଡି ଏନଏସିର ୧୮ତମ ସାଧାରଣ ଅଧିବେଶନ ବୁଧବାର ଏନ୍ଏସି ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଦିନରେ ଟିପିଏସଓଡିଏଲ ପକ୍ଷରୁ ପ୍ରସ୍ତାବିତ ସ୍ମାର୍ଟ୍ ମିଟର ବ୍ୟବହାରକୁ ବିରୋଧ କରାଯିବା ସହ ଆବଶ୍ୟକ ହେଲେ ଜନ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ସେହିଭଳି କେନାଲ ହିଡରୁ ବିଦ୍ଯୁତ ଟ୍ରାନ୍ସଫର୍ମର ଉଛେଦ, ଅନ୍ତ୍ଯୋଦୟ ଯୋଜନାରେ ବଞ୍ଚିତ ଯୋଗ୍ଯ ହିତାଧିକାରୀଙ୍କୁ ସାମିଲ, ଦିଗପହଣ୍ଡି ବସଷ୍ଟାଣ୍ଡ ଠାରୁ ହନୁମାନ ବାଟିକା ରାସ୍ତା ପର୍ଯ୍ୟନ୍ତ ଡ୍ରେନ୍ ନିର୍ମାଣ ଏବଂ  ପାନୀୟ ଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା ସମୟରେ ଗୁଣ୍ଡିଚା ମନ୍ଦିର ଠାରୁ ଶ୍ମଶାନ ପର୍ଯ୍ୟନ୍ତ ରାସ୍ତା ଖୋଳାକାମର ମରାମତି କରାଯିବା ସମ୍ପର୍କରେ ଆଲୋଚନା କରାଯାଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଏନଏସି ଉପାଧ୍ୟକ୍ଷା କେ. ପୂଜା, ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ  ସ୍ବରାଜ ପାଣିଗ୍ରାହୀ, ସୁଶାନ୍ତ କୁମାର ମହାପାତ୍ର, ବସନ୍ତ କୁମାର ବେହେରା, ବିଶ୍ଵେଷର ପଟ୍ଟନାୟକ, କାଉନସିଲର ଦୀପକ କୁମାର ମିଶ୍ର, ନୀଳମାଧବ ଗୌଡ଼, ସୁଶାନ୍ତ କୁମାର ପାତ୍ର, ସୁନୀଲ କୁମାର ପଣ୍ଡା, କରିଶ୍ମା ନାୟକ, ମାମିନି ବେହେରା, ଜ୍ଯୋତ୍ସ୍ନା ଜେନାଙ୍କ ସମେତ ପରିଷଦର ଯନ୍ତ୍ରୀ ଓ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ