ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  : ଜଗତସିଂହପୁର ଠାରେ ଆୟୋଜିତ ୬୯ ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବମକୋଇ ଗ୍ରାମ ସ୍ଥିତ ଶିବାନନ୍ଦ ନୋଡାଲ ହାଇସ୍କୁଲର ୧୦ ମ ଶ୍ରେଣୀ ଛାତ୍ର ଏସ୍ . ସାଇକ୍ରିଷ୍ଣା ପାତ୍ର ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ ମାଧ୍ଯମରେ ସମସ୍ତଙ୍କୁ ଆଚମ୍ବିତ କରିଥିବା ଜଣାପଡିଛି । ଗତ ଡିସେମ୍ବର ୨ ଓ ୩ ତାରିଖରେ ବ୍ରହ୍ମପୁର ଷ୍ଟାଡିୟମରେ ଆୟୋଜିତ ଗଞ୍ଜାମ ଜିଲାସ୍ତରୀୟ ପ୍ରତିଯୋଗିତାରେ ସାଇକ୍ରିଷ୍ଣା କ୍ରିକେଟ ମ୍ୟାଚ୍ ରେ  ଧୁଆଁଧାର ବ୍ୟାଟିଂ କରିବା ସହ   ଜଣେ ସଫଳ ୱିକେଟ ରକ୍ଷକ ଭାବେ ଖେଳ ପଡ଼ିଆରେ ଉପସ୍ଥିତ ଅତିଥି ବୃନ୍ଦ ଏବଂ ବିପକ୍ଷ ଟିମ୍ ର ଖେଳାଳି ମାନଙ୍କୁ ଚକିତ କରିଥିଲେ । ତାଙ୍କର ଏଭଳି ଶ୍ରେଷ୍ଠ  ପ୍ରଦର୍ଶନ ପାଇଁ ସେ କୃତିତ୍ୱ ହାସଲ କରି ଗତ ୬ ତାରିଖ ଠାରୁ ୧୧ ତାରିଖ ଯାଏଁ ଜଗତସିଂହପୁର ଠାରେ ଚାଲିଥିବା  ୬୯ ତମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ନିମନ୍ତେ ମନୋନୀତ ହୋଇଥିଲେ । ବର୍ତ୍ତମାନ ସେ ଜଗତସିଂହପୁର ଠାରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ବଜାୟ ରଖିଥିବା ସୂଚନା ମିଳିଛି । ଏଭଳି ସଫଳତା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ବାର୍ତ୍ତା ଛୁଟି ଆସୁଥିବା ବେଳେ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଡ. ଶଙ୍କର ନାରାୟଣ ବେଜ , ବମକେଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନ , ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅରୁଣ ଚନ୍ଦ୍ର ମହାପାତ୍ର , କ୍ରୀଡା ଶିକ୍ଷୟିତ୍ରୀ ସସ୍ମିତା ପ୍ରଧାନ ଙ୍କ ସମେତ ବିଦ୍ୟାଳୟ  ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ଏବଂ ପଞ୍ଚାୟତ ବାସୀଙ୍କ ପକ୍ଷରୁ ଶୁଭକାମନା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ