୫୦୩ ମାର୍କ ରଖି ବ୍ଲକ ଟପ୍ପର ହେଲେ ଦିପୁନ
ଜମନକିରା (ଲିପନ ନାଏକ): ଗତ ୨ତାରିଖ ରେ ମେଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଜମନକିରା ବ୍ଲକ ଫାଶୀମାଲ ପଞ୍ଚାୟତ ଅନ୍ତର୍ଗତ ପୁକୁଡା ଗ୍ରାମର ଦିପୁନ ସୁହୁଲା ଏହି ପରୀକ୍ଷାରେ ୫୦୩ ମାର୍କ ରଖି ଏ୨ ଡିଭିଜନ ରେ ଉତ୍ତୀର୍ଣ ହୋଇ ଜମନକିରା ବ୍ଲକ ଟପ୍ପର ହୋଇଛନ୍ତି। ଦିପୁନ ଙ୍କ ଛଡ଼ା ଆଉ କେହି ଜମନକିରା ବ୍ଲକ ରେ ଏ୨ ପାଇନାହାନ୍ତି। ଜଣେ ଆଦିବାସୀ ଗରିବ ଘର ଶିଶୁ ତଥା ଫାଶୀମାଲ ସରକାରୀ ହାଇସ୍କୁଲ ରେ ପଡୁଥିବା ରୁ ଅଞ୍ଚଳ ରେ ଖୁସିର ବାତାବରଣ ଥିବା ଦେଖିବାକୁ ମିଲୁଚି। ଦିପୁନ ବ୍ଲକ ଟପ୍ପର ହୋଇ ବିଦ୍ୟାଳୟ ସହିତ ଗ୍ରାମର ନାଁ ମଧ୍ୟ ଗୌରଵ ମୟ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।ଗୁରୁଜନ ସହିତ ନିଜ ପରିବାର କୁ ଏହାର ଶ୍ରେୟ ଦେଇଛନ୍ତି ଦିପୁନ। ଗୋଟିଏ ଗରିବ ଘର ର ଥିବା ସତ୍ୱେ ଛୋଟ ସମୟରୁ ତାଙ୍କୁ ପାଠ ପଢ଼ାରେ ତାଙ୍କ ଖୁବ ଆଗ୍ରହ ଥିବା ପରିବାର ଲୋକେ କହିଛନ୍ତି। ଅନ୍ୟ ପକ୍ଷରେ ଫାଶୀମାଲ ଷି.ଏର.ଷି.ଷି ଗୋପାଳଜୀ ନାଏକ ଙ୍କ ତତ୍ୱ ବଧାନରେ ଏକ ଟିମ ଦିପୁନ ଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଥିଲେ