ବର୍ଦ୍ଧିତ ଭତ୍ତାରୁ ବଚିଂତ ଭିନ୍ନକ୍ଷମ ବ୍ୟକ୍ତି

ଛତ୍ରପୁର (ବିକାଶ ବିଶ୍ବାଳ):  ୮୦ ବର୍ଷ ବା ତାଠାରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି କିମ୍ବା ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ଏଣିକି ମାସିକ ୩୫ଶହ ଟଙ୍କା ଭତା ପାଇବେ ବୋଲି ନିୟମ ରହିଛି । ପୂର୍ବର୍ରୁ ୧୨ଶହ ଟଙ୍କା ପାଉଥିଲେ ଏହା୨୩ ଶହ ଟଙ୍କା ବୃଦ୍ଧି ହୋଇ ୩୫ଶହ ଟଙ୍କା ହୋଇଛି । କିନ୍ତୁ ଗଞ୍ଜାମ ଜିଲାରେ ଏବେବି ବହୁ ଭିନ୍ନକ୍ଷମ ହିତାଧିକାରୀ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହୋଇଥିଲେ ବି ସେମାନଙ୍କୁ ମେଡିକାଲ ପକ୍ଷରୁ ଦିଆଯାଇଥିବା ଭିନ୍ନକ୍ଷମ ପ୍ରମାଣପତ୍ରରେ ତାହା କମ ଥିବାରୁ ବହୁ ଯୋଗ୍ୟ ହିତାଧିକାରୀ ବର୍ଦ୍ଧିତ ଭତାରୁ ବଚିଂତ ହେଉଛନ୍ତି । ସେମାନଙ୍କୁ କିପରି ଏହି ବର୍ଦ୍ଧିତ ଭତା ମିଳିବ ସେନେଇ ଜିଲାପ୍ରଶାସନ ନିକଟରେ ଦ୍ୱାରସ୍ଥ ହେଉଛନ୍ତି ହିତାଧିକାରୀ । ପୁରୁଷୋତମପୁର ବ୍ଲକ ଖୋସଲାପଲ୍ଲୀ ସୁକାନ୍ତ ସାସମଲ ତାଙ୍କରି ଗୋଟିଏ ଗୋଡ ନାହିଁ ଏବଂ ହାତ ମଧ୍ୟ ଗୋଟେ କାମ କରୁନାହିଁ, ତଥାପି ମେଡିକାଲ ପ୍ରମାଣପତ୍ରରେ ୬୦ ପ୍ରତିଶତ ଭିନ୍ନକ୍ଷମ ହୋଇଥିବା ଦର୍ଶାଯାଇଛି,ଯାହାଫଳରେ ସେ ବର୍ଦ୍ଧିତ ଭତା ପାଇବାରୁ ବଚିଂତ ହୋଇଛନ୍ତି । କିପରି ତାଙ୍କୁ ଏହି ବର୍ଦ୍ଧିତ ଭତା ଟଙ୍କା ମିଳିବ ସେନେଇ ସେ ଜିଲପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । ତୁରନ୍ତ ଏଥିପ୍ରତି ଧ୍ୟାନ ଦେବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲା ସାମାଜିକ ବିଭାଗ ଅଧିକାରୀଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଛି । ଜିଲାରେ ଏହିପରି ବହୁଲୋକ ଅଛନ୍ତି,ଯେଉଁମାନଙ୍କ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହୋଇଥିଲେ ବି ମେଡିକାଲ ପ୍ରମାଣପତ୍ରରେ ୮୦ ପ୍ରତିଶତରୁ କମ ରହିଛି,ଯାହାଫଳରେ ସେମାନେ ବର୍ଦ୍ଧିତ ଭତାରୁ ବଚିଂତ ହେଉଛନ୍ତି । ତୁରନ୍ତ ଜିଲାପ୍ରଶାସନ ପକ୍ଷରୁ ପ୍ରତି ବ୍ଲକରେ ସେମାନଙ୍କ ପାଇଁ ଏକ କ୍ୟାମ୍ପ କରି କିପରି ସେମାନେ ଉପଯୁକ୍ତ ଭିନ୍ନକ୍ଷମ ପ୍ରମାଣପତ୍ର ପାଇପାରିବେ ସେଥିପ୍ରତି ଧ୍ୟାନ ଦେବା ଜରୁରୀ ହୋଇପଡିଛି । ନଚେତ ବହୁ ଯୋଗ୍ୟ ହିତାଧିକାରୀ ବର୍ଦ୍ଧିତ ଭତାରୁ ବଂଚିତ ହୋଇଯିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ